୨୦୧୯-୨୦ ପାଇଁ କୃଷି ବଜେଟ ଉପସ୍ଥାପିତ : ଜାଣନ୍ତୁ କ'ଣ ଅଛି କୃଷକଙ୍କ ପାଇଁ ଖୁସିଖବର

Published By : Prameya-News7 Bureau | June 28, 2019 IST

ଭୁବନେଶ୍ୱର ୨୮/୬ : ଓଡିଶା କୃଷି ବଜେଟ ୨୦୧୯ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦ ହଜାର ୭୧୪ କୋଟି ଟଙ୍କାର କୃଷି ବଜେଟ ଓଡିଶା ବିଧନସଭାରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଛନ୍ତି । ପୂର୍ଣ୍ଣାଙ୍ଗ ବଜେଟକୁ ଦୁଇ ଭାଗରେ ଉପସ୍ଥାପନା କରାଯାଇଛି । କୃଷି ବଜେଟକୁ ଅଲଗା ଭାବେ ଉପସ୍ଥାପନା କରାଯାଇଛି । ସେହିଭଳି ଆଗାମୀ ବର୍ଷ ଠାରୁ ଇଲେକ୍ଟ୍ରୋନିକ୍ସ ବଜେଟ ସ୍ୱତନ୍ତ୍ର ଭାବେ ଉପସ୍ଥାପନା କରାଯିବ ବୋଲି କୁହାଯାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନା କରି କହିଛନ୍ତି ଯେ, ଚଳିତ ବଜେଟରେ ମହିଳା ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରାଯାଇଛି ।

କୃଷି ବଜେଟ ଉପସ୍ଥାପନ କରି କୁହାଯାଇଛି ଯେ, କାଳିଆ ଯୋଜନାରେ ହିତାଧିକାରୀଙ୍କୁ ଡ଼ିବିଟିରେ ଟଙ୍କା ଦିଆଯାଉଛି । କୃଷକଙ୍କ ପିଲାଙ୍କୁ ମେଧା ବୃତ୍ତି ପ୍ରଦାନ କରାଯାଉଛି। ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । ସେଥିପାଇଁ କୃଷିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କୃଷି ପାଇଁ ଆବଶ୍ୟକ ଜଳସେଚନ, ସାର, ବିହନ ଆଦି ସମସ୍ତ ବିଷୟରେ ବଜେଟରେ ବ୍ୟବସ୍ଥା କରାଯାଇଛି ।

ସାର ପାଇଁ ୧୦୦ କୋଟି ଟଙ୍କା

କୃଷି ଯନ୍ତ୍ରପାତି ପାଇଁ ୧୮୨ କୋଟି ଟଙ୍କା

ଜାତୀୟ ଉଦ୍ୟାନ କୃଷି ପାଇଁ ୧୦୦ କୋଟି ଟଙ୍କା

ପାର୍ବତୀଗିରି ଉଠାଜଳସେଚନ ଯୋଜନା ପାଇଁ ୧୭୭୭ କୋଟି ଟଙ୍କା

ଆଡିବନ୍ଧ ଯୋଜନା ପାଇଁ ୩୩ କୋଟି ଟଙ୍କା

୨୦ ହଜାର ଗଭୀର ନଳକୂପ ପାଇଁ ୪୫୦ କୋଟି ଟଙ୍କା

ପ୍ରଧାନମନ୍ତ୍ରୀ ବୀମା ଯୋଜନା ପାଇଁ ୪୦୦ କୋଟି ଟଙ୍କା

କାଳିଆ ଯୋଜନା ପାଇଁ ୫୬୧୧ କୋଟି ଟଙ୍କା

୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛି

କୃଷି ଶିକ୍ଷା ଓ ଗବେଷଣା ପାଇଁ ୩୦ କୋଟି ଟଙ୍କା

କୃଷି ସିଞ୍ଚନ ପାଇଁ ୨୨୮ କୋଟି ଟଙ୍କା

କୋନାଲ ମରାମତି ପାଇଁ ୩୧୪ କୋଟି ଟଙ୍କା

ଜଳନିଧି ଯୋଜନା ପାଇଁ ୧୫୦ କୋଟି ଟଙ୍କା

ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନା ପାଇଁ ୬୩୫ କୋଟି


୩୬ ଲକ୍ଷ ଚାଷୀଙ୍କ ଶସ୍ୟକୁ ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟ


ଗତ ୫ ବର୍ଷରେ ୯ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ ହୋଇଛି


ବୃହତ ଉଠାଜଳ ସେଚନ ପାଇଁ ୧୦୭୭ କୋଟି ଟଙ୍କା

ଚାଷୀଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ

କୃଷି ସଂପ୍ରସାରଣ ସବ ମିଶନ ପାଇଁ ୧୫୦ କୋଟି ଟଙ୍କା

ବିହନ ସଂଗ୍ରହ ପାଇଁ ୬୦ କୋଟି ଟଙ୍କା


ମାଛ ଚାଷ ଉନ୍ନତି ପାଇଁ ୫୪ କୋଟି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.