ବିଜେଡିରେ ମିଶିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା, ବିଜେପି କହିଲା ପଡିବନି ପ୍ରଭାବ

Published By : Prameya-News7 Bureau | March 16, 2019 IST

ଭୁବନେଶ୍ବର ୧୬|୩ : ବିଜେପି ଛାଡି ବିଜେଡିରେ ମିଶିଛନ୍ତି ହରିଶ୍ଚନ୍ଦ୍ର ପଣ୍ଡା । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଓରଫ ଟିଟୁ ଆଜି ବିଜେଡି ଦଳରେ ଯୋଗଦେଇଛନ୍ତି । ସେ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।  ଶତାଧିକ କର୍ମୀ ଓ ସମର୍ଥକଙ୍କୁ ଧରି ନବୀନ ନିବାସରେ ବିଧିବଦ୍ଧ ଭାବରେ ଶଙ୍ଖ ଧରିଛନ୍ତି ହରିଶ୍ଚନ୍ଦ୍ର ।

ବିଜେଡିରେ ହରିଶ୍ଟନ୍ଦ୍ରଙ୍କ ଯୋଗଦାନ ପରେ ତାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ହରିଶ୍ଚନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିକାମୂଳକ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି । ନୂଆପଡାରେ ଏକଛତ୍ରବାଦୀ ଶାସନ ଚାଲିଥିବା ମଧ୍ୟ ସେ କହିଛନ୍ତି ।

ଅନ୍ୟପଟେ ହରିଶ୍ଚନ୍ଦ୍ର ବିଜେଡିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ । । ହରିଶ୍ଟନ୍ଦ୍ରଙ୍କର ନିଜର ଦଳରେ କୌଣସି ବି ପରିଚୟ ନଥିଲା । ସେ ଦଳ ଛାଡିଲେ କିଛି ପ୍ରଭାବ ପଡିବନାହିଁ ବୋଲି । ଅନ୍ୟପଟେ ସମସ୍ତେ ବିଜେପିରେ ମିଳିବାକୁ ଆସୁଛନ୍ତି । ଏହାଦ୍ବାରା ବିଜେଡି ଗଡ ଭାଙ୍ଗୁଛି ବିଜେପି ଦଳ ବଢୁଛି । ଯେତେ ନେତା ମିଶିବେ ସେତେ ବଢିବ ବିଜେପିର କଳେବର । ବିନା ସର୍ତ୍ତରେ ସେମାନେ ଆସି ବିଜେପିରେ ମିଶୁଛନ୍ତି । ସମସ୍ତଙ୍କୁ ଟିକେଟ୍ ଦିଆଯିବ କହିବା ତ ଠିକ୍ ନୁହେଁ । ଏନେଇ ଶୀର୍ଷ ନେତୃତ୍ବ ଯାହା ନିଷ୍ପତ୍ତି ନେବେ । ବିଜେପିର ହିତ ଦୃଷ୍ଟିରୁ ଯାହା ନିଷ୍ପତ୍ତି ନିଆଯାଉଛି ସବୁ ନେତା ତାକୁ ମାନିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.