ଆସନ୍ତା କାଲି ବିଜେପି ବିଧାୟକଦଳର ନେତା ଚୟନ, ଚର୍ଚ୍ଚାରେ ଜୟନାରାୟଣ ଓ ପ୍ରଦୀପ

Published By : Prameya-News7 Bureau | June 22, 2019 IST

ଭୁବନେଶ୍ବର୨୨|୬: ଆସନ୍ତାକାଲି ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଯୋଗ ଦେବେ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳ ନେତା ବଛାଯିବ ବୋଲି ଦଳର ଓଡିଶା ପ୍ରଭାରୀ ଅରୁଣ ସିଂ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ବିଜେପି ଏବେ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ । ତେଣୁ ବିଜେପି ବିଧାୟକ ଦଳର ନେତା ହିଁ ବିରୋଧୀ ଦଳ ନେତା ମାନ୍ୟତା ପାଇବେ । ଚଳିତ ଥର ବିଜେପିର ୨୩ଜଣ ସଦସ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତେବେ ପୂର୍ବ ବିଧାନସଭାରେ ବିଜେପି ବିଧାୟକ ଦଳ ନେତା ଥିବା କନକ ବର୍ଦ୍ଧନ ସିଂ ଦେଓ ଚଳିତ ଥର ନିର୍ବାଚନ ହାରିଯାଇଛନ୍ତି । ତେଣୁ ଏଥର ବିଜେପି ବିଧାୟକଦଳର ନେତା କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି ।

ମୁଖ୍ୟତଃ ପ୍ରଦୀପ ନାୟକ ଏବଂ ଜୟ ନାରାୟଣ ମିଶ୍ରଙ୍କୁ ନେଇ ଚର୍ଚ୍ଚା ହେଉଛି । ତେବେ ଆସନ୍ତା କାଲି ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିବ । ଆସନ୍ତା ୨୫ ତାରିଖରୁ ଚଳିତ ବିଧାନସଭାର ପ୍ରଥମ ତଥା ବଜେଟ ଅଧିବେଶନ ଆରମ୍ଭ ହେବ । ତା ପୂର୍ବରୁ ବିଜେପି ବିଧାୟକ ଦଳର ନେତା ଚୟନ ସରିବା ଆବଶ୍ୟ କରିହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.