ଶକ୍ତି ବଢାଉଛି ବିଜେପି : ପ୍ରକାଶ ମିଶ୍ର, ବୃନ୍ଦାବନ ମାଝୀ, ଦେବୀ ଚାନ୍ଦ ଧରିଲେ ପଦ୍ମ, ୨୯ରେ ଆସିବେ ମୋଦି, ୨୬ରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ୬ କେନ୍ଦ୍ରୀୟ ନେତା

Published By : Prameya-News7 Bureau | March 24, 2019 IST

ଭୁବନେଶ୍ବର ୨୪|୩: ଟିକେଟ ଅସନ୍ତୋଷକୁ ଥମାଇ ଏବେ ବିଜେପି  ଜଣଙ୍କ ପରେ ଜଣେ ନେତାଙ୍କୁ ଦଳରେ ମିଶାଇ ଶକ୍ତି ବଢାଉଛି ବିଜେପି । ଆଜି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ପଦ୍ମ ଧରିଛନ୍ତି । ହାତ ଛାଡି ଥିବା ପୂବର୍ତନ ବିଧାୟକ ଦେବୀ ଚାନ୍ଦ ବି ପଦ୍ମ ପୋଖରୀଙ୍କୁ ଡେଇଁଛନ୍ତି । ମାର୍ଚ୍ଚ ୨୯ ଓ ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରାପୁଟ  ଓ କଲାହାଣ୍ଡିରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ  । ତା ପୂର୍ବରୁ ୨୬ରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ୬ କେନ୍ଦ୍ରୀୟ ନେତା ।

{"id":96485}

ପଦ୍ମ ଧରିଲେ ପ୍ରକାଶ । ଦୀର୍ଘ ଦିନର ଆଲୋଚନାରେ ପୂର୍ଣ୍ଣଛେଦ ପକାଇ ଶେଷରେ ବିଜେପିରେ ମିଶିଛନ୍ତି ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଦଳୀୟ କର୍ମକର୍ତ୍ତାଙ୍କ ଉପସସ୍ଥିତିରେ ଗେରୁଆ ଟୋପି ପିନ୍ଧିଛନ୍ତି । ପଦ୍ଣ ଧରିବା ପରେ କଟକ ଲୋକସଭା ଆସନରୁ ପ୍ରକାଶ ନିଜର ପଲିଟିକାଲ କ୍ୟାରିୟର ଆରମ୍ଭ କରିବେ ବୋଲି କୁହାଯାଉଛି । ପୋଲିସ ଡିଜି ଥିବାବେଳେ ରାଜ୍ୟ ସରକାରଙ୍କ ସହ ପ୍ରକାଶଙ୍କ ତିକ୍ତତା ରହିଥିଲା । ପରେ ସିଆରପିଏଫ ଡିଜି ହୋଇ କେନ୍ଦ୍ରରୁ ଅବସର ନେଇଛନ୍ତି ପ୍ରକାଶ । ସେହିପରି ପୂର୍ବତନ ବିଧାୟକ ଦେବୀ ଚାନ୍ଦ ଓ ବୃନ୍ଦାବନ ମାଝି ପଦ୍ମ ଧରିଛନ୍ତି ।

{"id":96487}

ମିଶ୍ରଣ ପର୍ବ କରି ଦଳର ଶକ୍ତି ବଢାଉଥିବା ବିଜେପି ନିର୍ବାଚନରେ ହାଇ ଭୋଲଟେଜ ପ୍ରଚାର ଲାଗି ପ୍ଲାନ ଆରମ୍ଭ କରିଛି ।   ମାର୍ଚ୍ଚ ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରାପୁଟ ଲୋକସଭା ଆସନର ଜୟପୁର ଠାରେ ଓଡିଶାରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ।  ପରେ  ଏପ୍ରିଲ ୧ରେ ମୋଦି କଲାହାଣ୍ଡିର ଭବାନୀପାଟଣାରେ ନିର୍ବାଚନ ପ୍ରଚାର ସଭାରେ ଯୋଗଦେବେ  । ତେବେ ମୋଦିଙ୍କ ନିର୍ବାଚନୀ  ସଭା ପୂର୍ବରୁ ୨୬ରେ  ଆସିବେ ୬ କେନ୍ଦ୍ରୀୟ ନେତା । ଦଳର ବିଜୟ ସଙ୍କଳ୍ପ ସମାବେଶରେ କେନ୍ଦ୍ରୀୟ ନେତା ରାଧା ମୋହନ ସିଂହ, ଆରକେ ସିଂହ, ସଞ୍ଜୟ ପାଶଓ୍ବାନ, ରାମ ବିଚାର ନେତମ, ଶିବରାଜ ସିଂହ ଚୌହ୍ବାନ, ଜୟନ୍ତ ସିହ୍ନା ବିଭିନ୍ନ ସମାବେଶରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ସରକାର ପାଇଁ ସଙ୍କଲ୍ପ କରାଇବେ ।

{"id":96486}

ଦିନକ ପରେ ସରିବ ପ୍ରଥମ ପର୍ଯ୍ୟାୟ ଲାଗି ନାମାଙ୍କନ ପତ୍ର ଦାଖଲ । ଏହା ପରେ ମଇଦାନକୁ ଓହ୍ଲାଇବେ ପ୍ରାର୍ଥୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.