ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ; ଯୋଗଦେବେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ

Published By : Prameya-News7 Bureau | October 07, 2018 IST

ଭୁବନେଶ୍ବର ୭|୧୦:   ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବୈଠକକୁ ଉଦଘାଟନ କରିବେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ।  ବୈଠକରେ ୩ଟି ପ୍ରସଙ୍ଗ- ସଂଗଠନ, ଜାଗରଣ ଓ ଆନ୍ଦୋଳନ ନେଇ ଆଲୋଚନା ହେବ । ଆଗାମୀ ନିର୍ବାଚନ ପାଇଁ କମର କଷିଛି ବିଜେପି । ଦଳ ନିଷ୍ପତ୍ତି ନେଇଛି ସବୁ ଅଞ୍ଚଳରେ ସ୍ଥାନୀୟ ସମସ୍ୟାକୁ ନେଇ ଦଳୀୟ କର୍ମକର୍ତ୍ତା ରାସ୍ତାକୁ ଓହ୍ଲାଇବେ । ଜନ ଆନ୍ଦୋଳନକୁ ବ୍ୟାପକ କରାଯିବ । ରାଜ୍ୟର ବିଜେଡି ସରକାରଙ୍କ ବିରୋଧରେ ଜନସଚେତନତା ସୃଷ୍ଟି କରାଯିବ । ସେହିପରି ରାଜ୍ୟରେ ଚାଲିଥିବା ଦୁର୍ନୀତି, ମହିଳା ହିଂସା ଓ ଅତ୍ୟାଚାର, ବିପର୍ଯ୍ୟସ୍ତ ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ସାଂପ୍ରତିକ ରାଜନୈତିକ ସ୍ଥିତି ଭଳି ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ୨ଦିନିଆ ରାଜ୍ୟକାର୍ଯ୍ୟକାରିଣୀ ବୈଠକର ପ୍ରଥମ ଦିନରେ ଅନୁଷ୍ଠିତ ପଦାଧିକାରୀଙ୍କ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ, ବିଧାୟକ ଦଳ ନେତା କନକ ବର୍ଧନ ସିଂଦେଓ ପ୍ରମୁଖ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.