ରାଜ୍ୟର ଶିଳ୍ପ ବାତାବରଣ ନେଇ ବିଜେପି-ବିଜେଡି ମୁହାଁମୁହିଁ …

Published By : Prameya-News7 Bureau | August 07, 2018 IST

ଭୁବନେଶ୍ବର ୭|୮: ରାଜ୍ୟରେ ଶିଳ୍ପ ବାତାବରଣ ଠପ୍ ହୋଇଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ମେକ ଇନ ଓଡିଶା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ମୁମ୍ବାଇ ରୋଡ ଶୋ ପୂର୍ବରୁ ବିଜେପି ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ ଶିଲ୍ପ କ୍ଷେତ୍ରରେ୧୪ଟି ପଏଣ୍ଟକୁ ନେଇ ଟାର୍ଗେଟ କରିଛି । ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଇଜ୍ ଅଫ୍ ଡୁଇଙ୍ଗରେ ଓଡିଶାର ସ୍ଥାନ ୭ ରୁ ୧୪ ହୋଇଛି ।୯୨ଟି ଏମ୍ଓୟୁରୁ ମାତ୍ର ୪୬ଟି କାମ କରୁଛି ।ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡିଶାକୁ ବିଦ୍ରୁପ କରି ୱେକ୍ ଅପ୍ ଓଡିଶା ବୋଲି କହିଛନ୍ତି । ରାଜ୍ୟ ସରକାର ଶିଳ୍ପ ନାଁରେ ଭଣ୍ଡେଇବାକୁ ଚେଷ୍ଟା କରୁଛନ୍ତି ।କେବଳ ଭାବମୂର୍ତ୍ତି ବଞ୍ଚାଇବାକୁ ରୋଡ୍ ଶୋ ହେଉଛି। ମ୍ୟାନ୍ୟୁଫାକ୍ଚରିଙ୍ଗ ସେକ୍ଟର ଓ MSMEରେ ପୁଞ୍ଜି ନିବେଶ କମିଛି ବୋଲି ଲେଖାଶ୍ରୀ ତଥ୍ୟ ଉପସ୍ଥାପନ କରିବା ସହ ରାଜ୍ୟରେ ଶିଳ୍ପ ବାତାବରଣ ନାହିଁ ବୋଲି କହିଛନ୍ତି।ଯେଉଁଥିପାଇଁ ପୋସ୍କୋ, ମିତ୍ତଲ ଫେରିଗଲେ ।ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୮୪ଟି ଶିଳ୍ପ ସଂସ୍ଥା ମଧ୍ୟରୁ ୩୫ ଲାଭ କରୁଛି ଓ ୨୮ଟି ବନ୍ଦ ହୋଇଛି ।୧୫ଟି ଶିଳ୍ପ ସଂସ୍ଥାରୁ ୫୦୦ କୋଟି ଟଙ୍କାର କ୍ଷତି ହୋଇଛି ।ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ହେଉଥିବା ଲ୍ୟାଣ୍ଡ, ଲେବର, ବିଜୁଳି ଓ ପାଣି ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଶିଳ୍ପ ବାତାବରଣ ଠପ୍ ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ବିଜେପିର ଅଭିଯୋଗ ଓ ଆକ୍ଷେପ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଗତ ୩ଟି ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟକୁ ବହୁ ସଫଳତା ମିଳିଛି ବୋଲି କହିଛନ୍ତି । ଏହି ୩ଟି କାର୍ଯ୍ୟକ୍ରମ ଯୋଗୁଁ ୩ ଲକ୍ଷ ୬୪ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ପ୍ରତିଶୃତି ମିଳିଥିଲା । ସେଥିରୁ ୨ ଲକ୍ଷ ୨ ହଜାର କୋଟି ଟଙ୍କାର ବିଭିନ୍ନ କ୍ଷେତ୍ରରେ ବିନିଯୋଗ ଆରମ୍ଭ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ରେ ୯୨ ପ୍ରତିଶତ ସ୍କୋର କରିଛ ଓଡିଶା ।ସାରା ଦେଶରେ ଇସ୍ପାତ ଉତ୍ପାଦନର ୨୫ ପ୍ରତିଶତ କେବଳ ଓଡିଶାରେ ହେଉଛି ।ବିଜେପିର କୌଣସି ପ୍ରସଙ୍ଗ ଦାନା ଧରୁନାହିଁ ।ସେଥିପାଇଁ ଏଭଳି ଅଭିଯୋଗ ଆଣୁଛି ବୋଲି ସସ୍ମିତ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.