ଗୃହ ବିଭାଗ ଶ୍ବେତପତ୍ର ନେଇ ସରଗରମ ରହିପାରେ ବିଧାନସଭା : ବିରୋଧୀଙ୍କ ଅଭିଯୋଗ, ଶ୍ବେତପତ୍ରର ତଥ୍ୟ ଠାରୁ ସ୍ଥିତି ଆହୁରି ସାଂଘାତିକ

Published By : Prameya-News7 Bureau | July 29, 2019 IST

ଭୁବନେଶ୍ବର ୨୯/୭ : ଗୃହବିଭାଗର ଶ୍ବେତ ପତ୍ର ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ଶ୍ବେତପତ୍ର ଅନୁଯାୟୀ ରାଜ୍ୟରେ ବଢୁଛି ଅପରାଧ । ଆଇନ୍ ଶୃଙ୍ଖଳା ପରିସ୍ଥିତି ସୁଧାରିବାରେ ବିଫଳ ପୋଲିସ୍ । ରାଜ୍ୟରେ ହାରାହାରି ଦିନକୁ ୭ ମହିଳାଙ୍କୁ ଦୁଷ୍କର୍ମ କରାଯାଉଥିବା ବେଳେ ୫ ଜଣଙ୍କୁ ହତ୍ୟା କରାଯାଉଛି । ଗତବର୍ଷର ଦାଖଲ ହୋଇଥିବା ମାମଲାଗୁଡିକରୁ ଅଧା ମାମଲା ରେ ଚାର୍ଜସିଟ ଦାଖଲ କରିପାରିନି ପୋଲିସ ।

ବିଗତ ୩ ବର୍ଷ ର ଶ୍ୱେତପତ୍ରକୁ ଦେଖିଲେ ଏକଥା ଜଳଜଳ ହେଇ ଦିଶୁଛି । ଶ୍ୱେତପତ୍ରରେ ଦିଆଯାଇଥିବା ତଥ୍ୟଠାରୁ ମଧ୍ୟ ସ୍ଥିତି ଆହୁରି ସାଂଘାତିକ ବୋଲି ଉଭୟ କଂଗ୍ରେସ ଏବଂ ବିଜେପି କହିଛନ୍ତି । ବିରୋଧିଙ୍କ ଏଭଳି ଅଭିଯୋଗକୁ ଅସ୍ବୀକାର କରିଛି ସରକାରୀ ଦଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.