ଇଂନିସ ବିଜୟ ସହ ଓଡିଶା ଆରମ୍ଭ କରିଛି ଚଳିତ ରଣଜୀ ସିଜିନ୍

Published By : Prameya-News7 Bureau | December 11, 2019 IST

ରାୟପୁର୧୧।୧୨ - ଇଂନିସ ବିଜୟ ସହ ଓଡିଶା ଆରମ୍ଭ କରିଛି ଚଳିତ ରଣଜୀ ସିଜିନ୍ । ରାୟପୁରରେ ଖେଳାଯାଇଥିବା ମ୍ୟାଚରେ ଓଡିଶା, ଛତିଶଗଡକୁ ଗୋଟିଏ ଇଂନିସ ଓ ୩ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଛତିଶଗଡ ୧୩୪ ରନ କରିଥିଲା । ଜବାବରେ ୨୧୫ ରନ୍ କରି ଓଡିଶା ୮୧ ରନରେ ପ୍ରଥମ ଇଂନିସ ଆଗୁଆ ରହିଥିଲା ।

ଗତ କାଲି ଦ୍ବିତୀୟ ଇଂନିସ ଆରମ୍ଭ କରି ଛତିଶଗଡ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ ହରାଇ କରିଥିଲା ୪୫ ରନ୍ । ତେବେ ଆଜି ଓଡିଶା ବୋଲରଙ୍କ ମୁକାବିକା କରି ନ ପାରି ଦଳ ୩୩  ରନରେ ବାକି ୯ ଟି ୱିକେଟ୍ ହରାଇଥିଲା ।

ସିମର ରାଜେଶ ମହାନ୍ତି ମ୍ୟାଚରେ ୧୦ ଟି ୱିକେଟ ଅକ୍ତିଆର କରିଛନ୍ତି । ୫୬ ରନ କରିବା ସହ ୱିକେଟ ପଛରେ ୪ ଟି କ୍ୟାଚ୍ ନେଇଥିବା ସୁଜିତ ଲେଙ୍କା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଏହି ବିଜୟ ସହ ଓଡିଶା ଗୋଟିଏ ବୋନସ୍ ପଏଣ୍ଟ ସହ ୭ ପଏଣ୍ଟ ହାସଲ କରିଛି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.