ଓଡିଶା ସୀମାନ୍ତରେ ପୋଲିସ ବ୍ୟବସ୍ଥା କଡାକଡି: ପ୍ରବାସୀ ଶ୍ରମିକଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯିବା ସହ ଖାଦ୍ୟପେୟ ଉପରେ ଗୁରୁତ୍ୱ

Published By : Prameya-News7 Bureau | May 23, 2020 IST

ବରଗଡ, ୨୩|୦୫: କରୋନା ଭୂତାଣୁ ସଂକ୍ରମଣ ଥମିବାର ନାଁ ନେଉନାହିଁ। ପ୍ରବାସୀ ଶ୍ରମିକମାନେ ଫେରୁଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଚାଲିଛି । ଏହି ଦୃଷ୍ଟିରୁ ସଂକ୍ରମଣକୁ ପ୍ରତିହତ କରିବା ସହିତ ପ୍ରବାସୀ ଶ୍ରମିକମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ପୋଲିସ, ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ବରଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଆଜି ସୁଦ୍ଧା ୩୫ହଜାର ଲୋକଙ୍କୁ ବସ୍‌ ଓ ବିଭିନ୍ନ ଚାରିଚକିଆ ଗାଡ଼ି ଯୋଗେ ଝାଡ଼ଖଣ୍ଡ, ଆସାମ, ପଶ୍ଚିମବଙ୍ଗ ଆଦି ସ୍ଥାନକୁ ପଠାଯାଇଥିବା ସୂଚନା ଦିଆଯାଇଛି। ଜିଲ୍ଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ସୂଚନା ଦେଇଛନ୍ତି ଏସପି ପଦ୍ମିନୀ ସାହୁ। ସେ ଆହୁରି କହିଥିଲେ, ରାଜ୍ୟରେ ୧୨ଟି ସୀମାନ୍ତ ରହିଛି । ଏହି ସୀମାନ୍ତ ଦେଇ ବାହ୍ୟ ରାଜ୍ୟରୁ ପ୍ରବେଶ ପଥ ରହିଛି । ସେଥିମଧ୍ୟରୁ ବରଗଡ଼ ଜିଲ୍ଲା ସୋହେଲା ନିକଟବର୍ତ୍ତୀ ଲୁହୁରାଚଟି ମଧ୍ୟ ଓଡିଶାର ମୁଖ୍ୟ ସୀମାନ୍ତ । ଏହି ସୀମାନ୍ତ ଦେଇ ହଜାର ହଜାର ପ୍ରବାସୀ ଫେରୁଛନ୍ତି। ସେହି ପ୍ରବାସୀମାନେ ଯେଭଳି ସୁରକ୍ଷିତ ଭାବେ ଘରକୁ ପହଞ୍ଚି ପାରିବେ, ସେ ନେଇ ଗତ ୩ ତାରିଖରୁ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

{"id":274990,"width":746,"height":431,"sizeSlug":"large"}

ଗତ ୨୨ତାରିଖ ସୁଦ୍ଧା ୮୫୦ଟି ବସ୍‌ ଏବଂ ୯୭୫ଟି ଚାରିଚକିଆ ଗାଡ଼ିରେ ୩୫ହଜାର ପ୍ରବାସୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯିବା ସହିତ ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଥିବା ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ରଣା, ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.