Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ତେଲ ଦର ଏବଂ ଅତ୍ୟାବଶ୍ୟକ ଜିନିଷ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଏବଂ ବାମପନ୍ଥୀ ଦଳଙ୍କ ୬ ଘଣ୍ଟିଆ ଓଡିଶା ବନ୍ଦ

15/07/2021 at 6:22 PM

ବନ୍ଧୁଗାଁ ୧୫/ ୦୭ : ସାରା ଦେଶରେ କରୋନା ମହାମାରୀ ଯୋଗୁଁ ଲୋକେ ଭୟରେ ଅନ୍ୟ ରାଜ୍ୟକୁ ଯାଇ କାମ କରିବାକୁ ଭୟ ଦେଖା ଯାଇଛି । ବର୍ତ୍ତମାନ ଅତ୍ୟାବଶ୍ୟକ ସାମଗ୍ରୀ ପେଟ୍ରୋଲ, ଡିଜେଲ, ନିତ୍ୟ ବ୍ୟବହାର ଖାଦ୍ୟ ପଦାର୍ଥର ଦରଦାମ ବୃଦ୍ଧି ପ୍ରତିବାଦରେ ବନ୍ଧୁଗାଁ ବ୍ଲକର ସାନ ସରପଲୀ ଚାରି ଛକଠାରେ କଂଗ୍ରେସ ଓ ବାମପନ୍ଥୀ ସିପିଆଇ ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରାଯାଇଛି ।
୮ ଦଫା ଦାବି ନେଇ ଏହି ବନ୍ଦ ପାଳନ କରାଯାଇଥିଲା ।

୧. ପେଟ୍ରୋଲ, ଡିଜେଲ,ରନ୍ଧନଗ୍ୟାସ ପ୍ରଚଳିତ ଦରକୁ ଅଧା କରାଯାଉ
୨. ଡାଲି, ଖାଇବା ତେଲ ଆଦି ଖାଦ୍ୟ ପଦାର୍ଥର ଦର କମ କରାଯାଉ
୩. ନୂଆ କୃଷି ଆଇନକୁ ପ୍ରତ୍ୟାହାର କରାଯାଉ
୪. ଶ୍ରମ କୋଡକୁ ବାତିଲ କରି ଆଇନକୁ ଶ୍ରମିକ ସପକ୍ଷବାଦୀ କରାଯାଉ
୫. କରୋନା କାଳରେ ପ୍ରତି ପରିବାରକୁ ୭୫୦୦ ଟଙ୍କା ମାସିକ ଭତ୍ତା ପ୍ରଦାନ କରାଯାଉ
୬. ଛଟେଇ ହୋଇଥିବା ସମସ୍ତ ଶ୍ରମିକଙ୍କୁ ଖଣିରେ ନିଯୁକ୍ତି ପ୍ରଦାନ କରାଯାଉ
୭. ସହର/ ଗ୍ରାମାଞ୍ଚଳରେ ବସବାସ କରୁଥିବା ଭୂମିହୀନ ପରିବାରକୁ ଘରଡିହ ପଟ୍ଟା ପ୍ରଦାନ କରାଯାଉ
୮. ଭୂମିହୀନ ଚାଷୀ ପରିବାରକୁ ଚାଷଜମି ପ୍ରଦାନ କରାଯାଉ

ବନ୍ଧୁଗାଁ ବ୍ଲକ କଂଗ୍ରେସ ସଭାପତି ଡି.ଏଙ୍କାଟି, ବ୍ଲକ କଂଗ୍ରେସର ସାଂସଦ ପ୍ରତିନିଧି ଲଖଣ ଖସଲା, ପୂର୍ବତନ ବିଧାୟକ ପ୍ରତିନିଧି ଶ୍ରୀ କାମେଶ୍ଵର ରତନାଲୁ, ଭାରତ ରାଜୁ, ସୁରେଶ ଶଙ୍କର, ରାଜା ଅଙ୍ଗୁରାଲୁ, ରୁପଚନ୍ଦ୍ର ଲିମା, ବେବରା ଗୋପାଳ, ପ୍ରମୁଖ କଂଗ୍ରେସ ଦଳର କର୍ମୀ ଉପସ୍ଥିତ ରହି ଓଡିଶା ବନ୍ଦରେ ସାମିଲ ହୋଇଥିଲେ ।

   Related Posts