ଅଟୋ ଏବଂ ଟ୍ୟାକ୍ସି ସଂଘ ସହ ପରିବହନ ସଚିବଙ୍କ ଆଲୋଚନା ବିଫଳ ; ରାଜ୍ୟର ୧ ଲକ୍ଷ ୧୮ ହଜାର ଅଟୋ ଓ ୫ ଲକ୍ଷରୁ ଅଧିକ ଟ୍ୟାକ୍ସି ଓହ୍ଲାଇବେ ଆନ୍ଦୋଳନକୁ !

Published By : Prameya-News7 Bureau | September 07, 2019 IST

ଭୁବନେଶ୍ବର ୭|୯: ନୂଆ ନିୟମ ଅନୁସାରେ ଟ୍ରାଫିକ  ଧଡପଗଡକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ରାଜ୍ୟ ଅଟୋ ଓ ଟ୍ୟାକ୍ସି ମହାସଂଘ । ନିୟମ ଲାଗୁ କରିବାକୁ  ତିନିମାସ ସମୟ ଦେବା ଓ ଏକ ସମୟରେ ଏକାଧିକ ନିୟମ ଲାଗୁକରି ଜରିମାନା ଆଦାୟ ନକରି କେବଳ ଗୋଟିଏ ଫାଇନ ଆଦାୟ କରିବା ସହ ସ୍ବତନ୍ତ୍ର ଡ୍ରାଇଭ ଜରିଆରେ କାଗଜ ପତ୍ର ପ୍ରସ୍ତୁତ କରିବାକୁ ସଂଘ ଦାବି କରିଛି । ଆଉ ପରିବହନ ସଚିବଙ୍କ ସହ ଆଲୋଚନା ବିଫଳ ହେବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଂଘ । କେନ୍ଦ୍ରୀୟ ଆଇନ କହି ଘଟଣାକୁ ଏଡାଇବାକୁ ଚେଷ୍ଟା କରିଛନ୍ତି ସଚିବ ।

{"id":154464}

ଟ୍ରାଫିକକୁ ନେଇ ବଢୁଛି ଟେନସନ । ଟ୍ରାଫିକ ଧଡପଗଡକୁ ନେଇ ଲୋକେ ତାତିଥିବାବେଳେ ଆନ୍ଦୋଳନ ଧମକ ଦେଇଛି ରାଜ୍ୟ ଅଟୋ ଓ  ଟ୍ୟାକ୍ସି ମହାସଂଘ । ଆଇନକୁ ସରଳୀକରଣ ନକଲେ ସଂଘ ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଧମକ ଦେଇଛି । ନୂଆ ମୋଟରଯାନ ନିୟମ କଡାକଡି ପାଳନ କରିବା ପୂର୍ବର ତିନିମାସ ସମୟ ଦେବା ଓ ଏକ ସମୟରେ ଏକାଧିକ ନିୟମ ଲାଗୁ କରି ଫାଇନ ଆଦାୟ ନକରିବାକୁ ଦାବି କରିଛି ସଂଘ। ଏହା ସହ ଗାଡି କାଗଜ ପତ୍ର ପ୍ରସ୍ତୁତ ଲାଗି ସରକାର ସ୍ବତନ୍ତ୍ର ଡ୍ରାଇଭ କରିବାକୁ ଦାବି ହୋଇଛି । ଯଦି ସରକାର ନମାନନ୍ତି ତେବେ ରାଜ୍ୟର ୧ ଲକ୍ଷ ୧୮ ହଜାର ପଞ୍ଜିକୃତ ଅଟୋ  ଓ ୫ ଲକ୍ଷରୁ ଅଧିକ ଟ୍ୟାକ୍ସି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନି ଦେଇଛି ସଂଘ ।

{"id":154465}

ନୂଆ ନିୟମକୁ କଡା କଡି କରି ଲାଗୁ କରିଛନ୍ତି ରାଜ୍ୟ ସରକାର । ଆଉ ଏବେ ବିଭିନ୍ନ ସ୍ତରରେ ପ୍ରତିବାଦ ଦେଖି ବିଭାଗୀୟ ସଚିବ କେନ୍ଦ୍ରୀୟ ଆଇନର ଦ୍ବାହି ଦେଇଛନ୍ତି । ପ୍ରଦ୍ୟୁଷଣ ସାଟିଫିକେଟ ଧରିବାକୁ ମାସେ ସମୟ ଦେଇଛନ୍ତି । ହେଲେ ଫାଇନ ଆଦାୟ କୋହଳ କଥାକୁ ଏଡାଇଯାଇଛନ୍ତି । ପାଲଟା ଲୋକଙ୍କୁ ପ୍ୟାନିକ ନହେବା ସହ କାଗଜ ପତ୍ର ଠିକ୍‌ କରିବାକୁ ପରାମର୍ଶ ଦେଇଛନ୍ତି ସଚିବ । ସେପଟେ  ରାଜଧାନୀରେ ଲୋକଙ୍କ ଅସନ୍ତୋଷ ଦେଖି ପୋଲିସ କମିଶନ ନିୟମ ଲାଗୁରେ କିଛିଟା କୋହଳ କଥା କହିଛନ୍ତି । ମଦ ପିଇ ଗାଡି ଚଳାଇବା, ହେଲମେଟ ନପିନ୍ଧିବା, ସିଟବେଲ୍ଟ ନବାନ୍ଧିବା, ଫୋନ୍‌ରେ କଥା ହୋଇ ଗାଡି ଚଳାଇବା ଓ ଦୁଇ ଚକିଆ ଯାନରେ ତିନିଜଣ ବସି ଗାଡି ଚଳାଇବା ଉପରେ ନିୟମ କଡାକଡି କରିବାକୁ କହିଛନ୍ତି । ଏହି ନିୟମରେ ଏବେ କିଛିଟା କୋହଳ ହେବ  ଓ ଲୋକେ କାଗଜପତ୍ର କରିନେବାକୁ ପରାମର୍ଶ ଦେଇଛନ୍ତି ।

{"id":154466}

ଏପଟେ ରାଜଧାନୀରେ ପୋଲିସ ସିନା ଟ୍ରାଫିକ୍ ନିୟମକୁ କୋହଳ କରିବା କଥା କହୁଛି । ହେଲେ ଛୋଟ ସହରରେ କିନ୍ତୁ ଟ୍ରାଫିକ୍ ନିୟମକୁ ଗଣ୍ଠି କରିଛି ପୋଲିସ । ଯାହାର ସଦ୍ୟ ଉଦାହରଣ ହେଉଛି ଭଦ୍ରକର  ଘଟଣା । ଟାଟା ଏସିର ଡ୍ରାଇଭରକୁ ହୋଇଛି ୩୮ ହଜାର ୫ ଶହ ଟଙ୍କାର ଫାଇନ୍‌ । ଗାଡିର ଫିଟନେସ୍‌, ପରମିଟ୍‌, ଇନସୁରାନ୍ସ, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ଏହି ଟଙ୍କା ଗଣିଛନ୍ତି ସେ । ସେପଟେ କିନ୍ତୁ କାଲି ସରକାର କହିଥିଲେ ଯେ ଏକାଧିକ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାର କୌଣସି ବ୍ୟକ୍ତି ଧରାପଡିଲେ ତାଙ୍କଠାରୁ ସର୍ବାଧିକ ଉଲ୍ଲଂଘନ ନିୟମ ଅନୁସାରେ ଫାଇନ ଆଦାୟ କରାଯିବ। 

{"id":154239}

ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଛି ନୂଆ ଟ୍ରାଫିକ ନିୟମ । ଏହି ନିୟମରେ ଜରିମାନ ଦୁଇରୁ ୫ ଗୁଣା ବଢିଛି । ଏହାକୁ ଲାଗୁ କଳାବେଳେ ପୋଲିସ ଓ ଏମଭିଆଇ ହଜାର ହଜାର ଟଙ୍କା ଜରିମାନା ଆଦାୟ କରୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ବଢୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.