Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ବିଧାନସଭା ଶୀତ ଅଧିବେଶନ : ଦିବଂଗତଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ, ଚାଷୀ ସମସ୍ୟା ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବି

16/11/2018 at 11:55 AM

ଭୁବନେଶ୍ବର ୧୬|୧୧: ଆଜିଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି  । ପଞ୍ଚଦଶ ବିଧାନସଭାର ଚର୍ତୁଦଶ ଅଧିବେଶନର ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତଙ୍କ ପାଇଁ ଶୋକପ୍ରସ୍ତାବ ଆଗତ କରିଛନ୍ତି । ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପାଲ, ପୂର୍ବତନ ବିଧାୟକ ବଂଶୀଧର ସାହୁ, ସହିଦ ଯବାନ ଚମ୍ପେଶ୍ବର ମହାକୁଡ଼ ଓ ବ୍ରଜମୋହନ ବେହେରା, ଦୂରଦର୍ଶନର କ୍ୟାମେରାମାନ ଅଚ୍ୟୁତାନନ୍ଦ ସାହୁଙ୍କ ପରଲୋକରେ ବିଧାନସଭାରେ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିବା ପରେ ବିରୋଧୀଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରସ୍ତାବକୁ ସମର୍ଥନ କରି ଦିବଂଗତଙ୍କୁ ସମ୍ମାନ ଜଣାଇ ଶୋକପ୍ରସ୍ତାବ ଆଗତ କରିଥିଲେ । ପରେ ବାଚସ୍ପତି ପ୍ରଦୀପ ଅମାତ ସ୍ବର୍ଗତ ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା ପାଇଁ ଉପସ୍ଥିତ ବିଧାୟକମାନଙ୍କ ଅନୁରୋଧ କରିଥିଲେ।

ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହଲ୍ଲା ଓ ନାରାବାଜି କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ । ପ୍ରଶ୍ନକାଳ ବାତିଲ କରି ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା ଦାବି କଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଦିନ ୧୨ଟା ୧୪ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ।

 

   Related Posts