Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଆଜିଠୁ ବିଧାନସଭା ଶୀତ ଅଧିବେଶନ ; ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

16/11/2018 at 9:40 AM

ଭୁବନେଶ୍ବର ୧୬|୧୧: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ୨୦୧୯ ନିର୍ବାଚନ କମ୍ ସମୟ ଥିବାରୁ ଏହି ଅଧିବେଶନ ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ ହେବ ବୋଲି ଆଶା କରାଯାଉଛି । ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଚାଷୀ ଓ ଚାଷ ସମସ୍ୟା । ଚାଷୀ ମରୁଡ଼ି ସହାୟତା ନ ପାଇବା, ଆଇନ ଶୃଙ୍ଖଳା,ବେକାରୀ , ଆଇନଜୀବୀଙ୍କ ଲାଗି ଲୋକେ ଆଇନ ପାଇବାରୁ ବଞ୍ଚିତ ହେବା, ପିଇବା ପାଣି ଆଦି ସମସ୍ୟାକୁ ଗୃହରେ କଂଗ୍ରେସ ଉଠାଇବ ବୋଲି ସ୍ଥିର କରିଛି । ସେପଟେ ବିଜେପି  ମଧ୍ୟ ସରକାରଙ୍କୁ ଘେରିବାକୁ ରଣନୀତି କରିଛି ।  ବିରୋଧୀଙ୍କୁ କାଉଣ୍ଟର୍ ଆଟାକ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେଡି ବିଧାୟକ ଦଳ ବୈଠକରେ ରଣନୀତି ତିଆରି ହୋଇଛି । ସ୍ବତନ୍ତ୍ର ରାଜ୍ୟପାହ୍ୟା, କେନ୍ଦ୍ର ଅବହେଳା, ତୈଳଦର ବୃଦ୍ଧି ପ୍ରସଙ୍ଗ ଗୃହରେ ଆଲୋଚନା ହେବ ଓ ଗୃହରେ ସରକାର ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖିବେ । ଏହ ଅଧିବେଶନରେ ଦଳର ସବୁ ବିଧାୟକ ଗୃହରେ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଶୀତ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ମୁତୟନ ହେବେ ୧୦୦ ଜଣ ଅଫିସର । ଲୋୟର ପିଏମଜି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ଛଡା ୨ ୟୁନିଟ୍ ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ ବି ରହିବେ । ଡିସିପିଙ୍କ ନେତୃତ୍ବରେ ସୁରକ୍ଷା ବ୍ୟବସ୍ଥା ରହିବ । ଏଥି ସହ ୪ ଜଣ ଅତିରିକ୍ତ ଡିସିପି ମଧ୍ୟ ମୁତୟନ ହେବେ ।

   Related Posts