କାଲିଠୁ ବିଧାନସଭା ଶୀତ ଅଧିବେଶନ, ସରକାରଙ୍କୁ ଘେରିବାକୁ ରଣନୀତି

Published By : Prameya-News7 Bureau | November 15, 2018 IST

ଭୁବନେଶ୍ବର୧୫|୧୧: କାଲିଠୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ । ଅଧିବେଶନରେ  ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଚାଷୀ ଓ ଚାଷ ସମସ୍ୟା । ଚାଷୀ ମରୁଡି ସହାୟତା ନ ପାଇବା,ଆଇନ ଶୃଙ୍ଖଳା,ବେକାରୀ , ଆଇନଜୀବୀଙ୍କ ଲାଗି ଲୋକେ ଆଇନ ପାଇବାରୁ ବଞ୍ଚିତ ହେବା,ପିଇବା ପାଣଇ ଆଦି ସମସ୍ୟାକୁ ଗୃରେ କଂଗ୍ରେସ ଉଠାଇବ ବୋଲି ସ୍ଥିର କରିଛି । ସେପଟେ ବିଜେପି  ମଧ୍ୟ ସରକାରଙ୍କୁ ଘେରିବାକୁ ରଣନୀତି କରିଛି ।  ବିରୋଧୀଙ୍କୁ କାଉଣ୍ଟର ଆଟାକ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା  ବିଜେଡି ବିଧାୟକ ଦଳ ବୈଠକରେ ରଣନୀତି ତିଆରି ହୋଇଛି ।  ସ୍ବତନ୍ତ୍ର ରାଜ୍ୟପାହ୍ୟା,କେନ୍ଦ୍ର ଅବହେଳା,ତୈଳଦର ବୃଦ୍ଧି ପ୍ରସଙ୍ଗ ଗୃହରେ ଆଲୋଚନା ହେବ । ଓ ଗୃହରେ  ସରକାର ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖିବେ । ଏହି ଅଧିବେଶନରେ ଗୃହରେ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.