ବିଧାନସଭାର ଶୀତ ଅଧିବେଶନ ; ଆଜି ସ୍ବାଭାବିକ ଭାବେ ଚାଲିବ କି ଗୃହ ?
20/11/2018 at 9:41 AM

ଭୁବନେଶ୍ବର ୨୦|୧୧: ପୁଣି ସେହି ପ୍ରଶ୍ନ, ଆଜି ଚାଲିବ କି ଗୃହ । ଲଗାତର ତୃତୀୟ ଦିନ ପାଇଁ ବିଧାନସଭାରେ ବିଭ୍ରାଟ ଦେଖାଦେଇଥିଲା । ପ୍ରଥମ ଦୁଇ ଦିନ ବିରୋଧୀ ଦଳ ସଭ୍ୟ ହୋହଲ୍ଲା କରିଥିଲା ବେଳେ କାଲି ଶାସକ ଦଳ ସଭ୍ୟ ହଙ୍ଗାମା କରିଥିଲେ। ବିରୋଧୀ ବି ଛାଡ଼ି ନ ଥିଲେ। ତିନି ଦଳର ସଭ୍ୟଙ୍କ ହୋହଲ୍ଲା, ପରସ୍ପର ବିରୋଧରେ ନାରାବାଜି ଭିତରେ ଗୃହ ଅଚଳ ହୋଇ ଯାଇଥିଲା। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା କିଛି ହୋଇପାରି ନଥିଲା । ଫଳରେ ଦିନତମାମ ଗୃହ କାର୍ଯ୍ୟ ମାତ୍ର ୧୬ ମିନିଟ୍ ରେ ସୀମିତ ରହିଥିଲା। ମାଟ୍ରିକ୍ ପରବର୍ତ୍ତୀ ଶିକ୍ଷା ବୃତ୍ତି ବାବଦକୁ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନ କମାଇ ଦିଆଯାଇଥିବା ନେଇ ଶାସକ ଦଳ ନାରାବାଜି କରିଥିଲେ । ସେପଟେ ଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ସଚିବାଳୟରେ ସିବିଆଇ ଅଧିକାରୀ ପଶିଥିବା ନେଇ ହେଉଥିବା ଚର୍ଚ୍ଚାରେ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲେ । ଅପରାହ୍ନରେ ବି ସ୍ଥିତି ସ୍ବାଭାବିକ ହୋଇ ନ ଥିଲା । ଫଳରେ ଆଜି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ।