ବିଧାନସଭା ପ୍ରଶ୍ନକାଳ ସ୍ବାଭାବିକ : ରାଜ୍ୟରେ ୬୩ କୃଷି ଫାର୍ମ ଓ ୮୫ ଉଦ୍ୟାନ କୃଷି ଫାର୍ମ ଅଛି- କୃଷିମନ୍ତ୍ରୀ

Published By : Prameya-News7 Bureau | November 20, 2019 IST

ଭୁବନେଶ୍ବର ୨୦।୧୧: ବିଧାନସଭା ଶୀତ ଅଧିବେଶନର ଆଜି ୭ମ ଦିନ । ଆଜି ବିଧାନସଭା ପ୍ରଶ୍ନୋତ୍ତର କାଳରେ କୃଷି ବିଭାଗ ପ୍ରଶ୍ନର ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ରାଜ୍ୟରେ ୬୩ କୃଷି ଫାର୍ମ ଓ ୮୫ ଉଦ୍ୟାନ କୃଷି ଫାର୍ମ ଅଛି । ସେଥିରୁ ୪ କୃଷି ଫାର୍ମ ଓ ୫ ଉଦ୍ୟାନ କୃଷି ଫାର୍ମ ଅଚଳ ହୋଇ ପଡିଛି ବୋଲି କହିଛନ୍ତି । ସେଗୁଡିକୁ ଆଉ ପୁନରୁଦ୍ଧାର କରାଯିବ ନାହିଁ ।

ରାଷ୍ଟ୍ରୀୟ କୃଷି ବୀମା ଯୋଜନାରେ ୯ କୋଟି ୯୦ ଲକ୍ଷ ୮୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୬-୧୮ରେ ୩୧ ଫାର୍ମ ୧୬ କୋଟି ଲକ୍ଷ ଖର୍ଚ୍ଚ ହୋଇଛି । କେନ୍ଦ୍ର ସରକାର ୧୨ କୋଟି ୬୪ ଲକ୍ଷ ଅନୁଦାନ ଦେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ବିରୋଧୀ ବିଜେପି ପକ୍ଷରୁ ମୁଲତବୀ ନୋଟିସ ଅଣାଯାଇଛି । ଲଘୁ ଖଣିଜ ସମ୍ପଦର ବେଆଇନ ଖନନ, ଯାଜପୁର ଡଙ୍କାରୀ ପାହାଡ କେଳେଙ୍କାରୀ ଯୋଗୁଁ ବ୍ୟାପକ ରାଜସ୍ବ ହାନି ସଂପର୍କରେ ଏହି ମୁଲତବି ନୋଟିସ୍ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.