ବିଧାନସଭା ହେବ ପେପର ଲେସ୍ : କର୍ମଚାରୀମାନଙ୍କୁ ଦିଆଯାଉଛି ଟ୍ରେନିଂ

Published By : Prameya-News7 Bureau | November 06, 2020 IST

ଭୁବନେଶ୍ୱର, ୦୬୧୧ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ଏପରିକି କରୋନାର ଦ୍ୱିତୀୟ ଲହର ନେଇ ଆଶଙ୍କା ରହିଛି । ଏହାମଧ୍ୟରେ ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ । ତେବେ ବିଧାନସଭାକୁ ପେପର୍ ଲେସ୍ କରାଯିବ ବୋଲି ସୂଚନା ମିଳିଛି ।ଏଥିପାଇଁ କର୍ମଚାରୀଙ୍କୁ ଚାଲିମ ମଧ୍ୟ ପ୍ରଦାନ କରାଯାଉଛି ।

ବିଧାନସଭାକୁ କରାଯିବ  ପେପର ଲେସ୍। ସେଥିପାଇଁ ବିଧାନସଭାରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି  ଇ-ବିଧାନସଭା ତାଲିମ।  ପ୍ରଥମ ପର୍ଯାୟରେ କର୍ମଚାରୀଙ୍କୁ ତାଲିମ ଦିଆଯିବ। ଏପ୍ରିଲ ମାସରେ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ।   ବର୍ତ୍ତମାନ ସାଧାରଣ ପ୍ରଶାସନ, ପ୍ରଶାସନିକ, ଆକାଉଣ୍ଟ ବିଭାଗର କର୍ମଚାରୀ ମାନଙ୍କୁ ତାଲିମ ଦିଆଯାଉଛି। ପ୍ରତିଦିନ ତିନୋଟି ବିଭାଗର କର୍ମଚାରୀଙ୍କୁ ତାଲିମ ଦିଆଯିବ। ଏନଆଇସି ଓ ଓକାକର ବିଶେଷଜ୍ଞମାନେ କର୍ମଚାରୀଙ୍କୁ ତାଲିମ ଦେଉଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ ।  ଏହା ଡିସେମ୍ବର ୩୧ ଯାଏଁ ଚାଲିବ  । ଶୀତ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ । ତେବେ ଶୀତ ଅଧିବେଶନରେ ୪୦ଟି କାର୍ଯ୍ୟ ଦିବସ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.