Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୧୫ ମୃତ
  • ||
  • ଗାଙ୍ଗୁଲିଙ୍କୁ ହରାଇଲେ ଶାହ : ୧ ରନରେ ପରାସ୍ତ ହେଲା ଦାଦାଙ୍କ ଟିମ୍
  • ||
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||

ନବୀନ-ନରସିଂହ ଭାଇ ଭାଇ ! କୃଷ୍ଣ ସଗରିଆଙ୍କ ଚିଠିକୁ ନେଇ ବିଧାନସଭାରେ ଝଡ : ବାରମ୍ବାର ଗୃହ ମୁଲତବୀ, ବର୍ଷିଲେ ନରସିଂହ ମିଶ୍ର

20/11/2018 at 5:25 PM

ଭୁବନେଶ୍ବର ୨୦|୧୧: କୃଷ୍ଣ ସଗରିଆଙ୍କ ଚିଠିକୁ ନେଇ ବିଧାନସଭାରେ ଝଡ । ଚିଠିରୁ ଫିକ୍ସିଙ୍ଗ ଖିଅ ବାହାର କରି କଂଗ୍ରେସ ଓ ବିଜେଡିକୁ କଣଠେସା କରିଥିଲା ବିଜେପି । ନରସିଂହ ମିଶ୍ର ଓ ନବୀନ ପଟନାୟକଙ୍କ ଭିତରେ ସୁସଂପର୍କ କଣ ତାର ଖୁଲାସା ଦାବି କରିବା ସହ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଅଭିଯୋଗ କରିଥିଲା ବିଜେପି । ଯାହାକୁ ନେଇ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ବିଜେପି ଅଭିଯୋଗକୁ କାଉଣ୍ଟର କରିବା ସହ କଂଗ୍ରେସ-ବିଜେଡି ବର୍ଷିଛନ୍ତି ବିଜେପି ଉପରେ ।

କୃଷ୍ଣଙ୍କ କଥାରେ ବିଜେପି ପକାଇଲା ହୁରି। ବିଜେଡି-କଂଗ୍ରେସ ଭାଇ ଭାଇ । ବିରୋଧି ଓ ଶାସକ ସଲାସୁତରା । ଆଜି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଏଭଳି ନାରାବାଜି କରି ଗର୍ଜିଥିଲେ ବିଜେପି ବିଧାୟକ । ଯେଉଁଥିପାଇଁ ବିଧାନସଭାକୁ ବାରମ୍ବାର ମୁଲତବୀ କରିବାକୁ ପଡିଛି । କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣ ସଗରିଆ ବିରୋଧିଦଳ ନେତାଙ୍କୁ ଦେଇଥିବା ଚିଠିରେ ଲେଖିଥିଲେ ଯେ, ନରସିଂହ ମିଶ୍ର ଓ ନବୀନ ପଟନାୟକଙ୍କ ଭିତରେ କୁଆଡ଼େ ଭିତିରିଆ ଭଲ ସଂପର୍କ ଅଛି । ଯାହାକି ବିଜେପି ପାଇଁ ଏବେ ବଡ ଅସ୍ତ୍ର ପାଲଟିଛି । ପୂର୍ବରୁ ବିଜେପି ବି ଏହି କଥା କହିଆସୁଥିଲା । ତେଣୁ ଆଜି ଏହି ପ୍ରସଙ୍ଗରେ ବିଜେପି ହାଲ୍ଲା ମଚେଇଥିଲା । ଗଣତନ୍ତ୍ର ସୁରକ୍ଷା ଦାବିରେ ବିଧାନସଭାରେ ଥିବା ଗାନ୍ଧିମୂର୍ତ୍ତି ତଳେ ବି ଧାରଣାରେ ବସିଥିଲେ ବିଜେପି ବିଧାୟକ ।

ଦିନ ୩ଟାରେ ପୁଣି ଗୃହ ଆରମ୍ଭ ହେବା ପରେ ବିଜେପିର ଏଭଳି ଅଭିଯୋଗ ଉପରେ ବର୍ଷିଥିଲେ ନରସିଂହ ମିଶ୍ର । କହିଥିଲେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ ମାଗିଥିଲେ । ତାହାଲେ ଏହା କଣ ବିଜେପି-ବିଜେଡି ଫିକ୍ସିଙ୍ଗ କି । ବିଜେଡିକୁ ବାଦ୍ ଦେଇ ମହାନଦୀ ପ୍ରସଙ୍ଗରେ ସବୁ ଦଳ ଏକ ହୋଇଥିଲେ ତା ଅର୍ଥ କଣ ବିଜେପି-କଂଗ୍ରେସ ଫିକ୍ସିଙ୍ଗ କି । ବିଜେଡି ବି ବିଜେପି ଉପରେ ବର୍ଷିଥିଲା ।

ଯେହେତୁ ୨୦୧୪ ନିର୍ବାଚନ ବେଳେ ସେତେବେଳର ବିରୋଧିଦଳ ନେତା ପଦରେ ଥିବା ଭୁପିନ୍ଦର ସିଂ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ, ସଗରିଆଙ୍କ ଅଭିଯୋଗ ପରେ ନରସିଂହ ମିଶ୍ର ବି ସେହି ରାସ୍ତା ଆପଣେଇବେ ବୋଲି ବିଜେପି ସିଧା ଅଭିଯୋଗ ଆଣିଥିଲା । ଯାହାକୁ ନେଇ ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସର୍ବଦଳୀୟ ବୈଠକରେ ବି ସମାଧାନର ରାସ୍ତା ବାହାରି ନଥିଲା । ଅପରାହଣରେ କାର୍ଯ୍ୟପରାମର୍ଶଦାତା ବୈଠକ ଡାକିଥିଲେ ବାଚସ୍ପତି ।

   Related Posts