ଆଜିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ

Published By : Prameya-News7 Bureau | June 25, 2019 IST

ଭୁବନେଶ୍ବର ୨୫|୬: ଆଜିଠୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଏହି ବଜେଟ ଅଧିବେଶନ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ତାରିଖ ଏବଂ ଦ୍ବିତୀୟ ପ୍ରର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରଥମ ଦିନରେ ଆଜି ରାଜ୍ୟପାଳଙ୍କ ଉଦବୋଧନରୁ ଆରମ୍ଭ ହେବ ଗୃହକାର୍ଯ୍ୟ । ୨୬ରେ ଉପବାଚସ୍ପତି ନିର୍ବାଚନ ନେଇ ଘୋଷଣା ହେବାକୁ ଥିବା ବେଳେ ୨୭ରେ ହେବ ନିର୍ବାଚନ । ୨୮ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଜୁଲାଇ ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲା ଗୃହରେ ପାରିତ ହେବ ।

ସେପଟେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ  ଏଥିପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଧାନର ଅଭାବୀ ବିକ୍ରୀ ଠାରୁ ଆରମ୍ଭ କରି ଚାଷୀ ସମସ୍ୟା, ଆଇନ୍ ଶୃଙ୍ଖଳା ଅବ୍ୟବସ୍ଥା, ଫୋନି ପୁନର୍ଗଠନ କାର୍ଯ୍ୟରେ ବିଳମ୍ବ ପ୍ରସଙ୍ଗ ଗୃହରେ ଉଠାଇବ ବିଜେପି । ଏପଟେ କଂଗ୍ରେସ କହିଛି ବିଧାନସଭାରେ ପ୍ରଥମେ ରାଜନୈତିକ ପ୍ରସଙ୍ଗ ଉଠିବ । ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେଡି ବିଜେପି ଭିତରେ କଣ ଖୋଲା ବୁଝାମଣା  ହୋଇଛି ସେ ପ୍ରସଙ୍ଗ ଆଲୋଚନା ହେବ । ଏପଟେ  ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ସେ ନେଇ ଆଲେଚନା କରିବାକୁ ପ୍ରସ୍ତୁତ ଥିବା କହିଛି ଶାସକ ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.