ଆଜିଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

Published By : Prameya-News7 Bureau | November 13, 2019 IST

ଭୁବନେଶ୍ବର ୧୩।୧୧: ଆଜିଠୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ । ଅଧିବେଶନ ପ୍ରଥମ ଦିନରୁ ଅତିରିକ୍ତ ବଜେଟ ଆଣିବେ ସରକାର । ଏହି ଅଧିବେଶନରୁ ଓଡିଶା ବିଧାନସଭାରେ ପେପର ଲେସ ପ୍ରକ୍ରିୟା ଆରମ୍ଭ ହେବ । ଅନ ଲାଇନରେ ତାରକା ଓ ଅଣତାରକା ପ୍ରଶ୍ନ ସହ ଉତ୍ତର ଆସିବ । ସେହିପରି ବିଧାୟକ ମାନେ ଚାହିଁଲେ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ସେମାନଙ୍କ ପ୍ରଶ୍ନ ଅନଲାଇନରେ ପଚାରିପାରିବେ । ଏଥିପାଇଁ ବିଧାନସଭାକୁ ୱାଇଫାଇ କରାଯାଇଛି ।  ବିଧାନସଭା ଅଧିବେଶନରେ ଏହା ଲାଗୁ  କରିବାକୁ ବ୍ୟବସ୍ଥା ହୋଇଛି ।

{"id":183183}

ଶୀତ ଅଧିବେଶନର ପ୍ରଥମ ଦିନରେ ପାଖା ପାଖି ୮ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଆଣିବେ ଅର୍ଥମନ୍ତ୍ରୀ । ବିଶେଷ କରି ସାମାଜିକ କ୍ଷେତ୍ରରେ ବିକାଶ ଲାଗି ଅତିରିକ୍ତ ବଜେଟରେ ସରକାର ଖର୍ଚ୍ଚର ବ୍ୟବସ୍ଥା କରିପାରନ୍ତି । ଏପଟେ ଶୀତକାଳୀନ ଅଧିବେଶନରେ କୃଷି, କୃଷକ, ଅଭାବୀ ବିକ୍ରି, ନାବାଳିକା ନିର୍ଯ୍ୟାତନା, ଆଇନ ଶୃଙ୍ଖଳା ପରିସ୍ଥିତି, ସ୍ମିତାରାଣୀ ବଳାତ୍କାର ଓ ହତ୍ୟା ମାମଲା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, କେନ୍ଦ୍ରୀୟ ଯୋଜନା ହଡ଼ପ, ଫୋନି ବାତ୍ୟା ସହାୟତାରେ ଚଞ୍ଚକତା, କାଳିଆ ପ୍ରସଙ୍ଗ ଆଦି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବାକୁ ବିରୋଧୀ ପୁରା ପ୍ରସ୍ତୁତ ଥିବା ଜଣାପଡିଛି । ଶୀତକାଳୀନ ଅଧିବେଶନରେ ୨୧ଟି ସରକାରୀ ଓ ୫ ଟି ବେସରକାରୀ  କାର୍ଯ୍ୟଦିବସ ରହିଛି । ଡିସେମ୍ବର ୧୯ ତାରିଖ ଯାଏ ଶୀତ ଅଧିବେଶନ ଚାଲିବ ।

{"id":183184}

ଅଧିବେଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ଗାନ୍ଧିମାର୍ଗଠାରୁ ବିଧାନସଭା ଯାଏଁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ।ମାଷ୍ଟରକ୍ୟାଣ୍ଟିନଠାରୁ ବିଧାନସଭା ରାସ୍ତା ସିସିଟିଭି ବଳୟରେ ରହିବ । ଏଥିପାଇଁ ମାଷ୍ଟରକ୍ୟାଣ୍ଟିନଠାରେ ୬ଟି ଅସ୍ଥାୟୀ ପୋଲିସ ଶିବିର ସହ ଗୋଟିଏ ସିସିଟିଭି କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି । ଧର୍ମଘଟ ଓ ଧାରଣା ପାଇଁ ଆସୁଥିବା ସଂଗଠନ ପାଇଁ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.