Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବିଧାନସଭା ଅଧିବେଶନ : ପ୍ରଶ୍ନକାଳରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଉପରେ ଆଲୋଚନା

27/06/2019 at 1:06 PM

ଭୁବନେଶ୍ବର ୨୭|୬ : ଆଜି ପ୍ରଶ୍ନକାଳରେ ବିଭିନ୍ନ ବିଭାଗ ଉପରେ ସରଗରମ ଆଲୋଚନା ହୋଇଛି । ପ୍ରଥମେ ରାଜସ୍ବ ବିଭାଗ ଉପରେ ପ୍ରଶ୍ନୋତ୍ତର କର୍ଯ୍ୟକ୍ରମ ହୋଇଥିଲା । ରାଜ୍ୟରେ ଖାଲି ଥିବା ଆରଆଇ ଓ ଅମୀନ ପଦ ନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି । ସେହିଭଳି ଏକ ନିର୍ଦ୍ଧିଷ୍ଟ ପ୍ରଶ୍ନରେ ଉତ୍ତର ରଖିଥିଲେ ଯୋଜନା ଓ ସମନ୍ବୟ ମନ୍ତ୍ରୀ ପଦ୍ମନାଭ ବେହେରା । ଦାରିଦ୍ର୍ୟ ସୀମାରେଖା ଥିବା ଲୋକଙ୍କ ସଂଖ୍ୟା କମିଥିବା ସେ ସୂଚନା ଦେଇଛନ୍ତି । ୨୦୦୪-୦୫ରେ ଦାରିଦ୍ର୍ୟ ସୀମାରେଖା ଥିବା ଲୋକଙ୍କ ସଂଖ୍ୟା ୨ କୋଟି ୨୧ ଲକ୍ଷ ୬୦ ହଜାର ଥିବା ବେଳେ ୨୦୧୨-୧୩ରେ ୧ କୋଟି ୩୮ ଲକ୍ଷ ୫୩ ହଜାର ରହିଛି । ଯାହା ୨୪.୬୧ ପ୍ରତିଶତ ହ୍ରାସ ପାଇଛି । ସେହିପିରି ମୁଣ୍ଡ ପିଛା ମାସିକ ଖର୍ଚ୍ଚ ବଢିଛି । ୨୦୦୪-୦୫ରେ ଗ୍ରାମାଞ୍ଚଳରେ ମୁଣ୍ଡ ପିଛା ଖର୍ଚ୍ଚ ୪୦୭ ଟଙ୍କା ଥିଲା । ୨୦୧୧-୧୨ରେ ଏହା ବଢି ୬୯୫ ଟଙ୍କା ହୋଇଛି ।୨୦୦୪-୦୫ରେ ସହରାଞ୍ଚଳରେ ମୁଣ୍ଡ ପିଛା ଖର୍ଚ୍ଚ ୪୯୭ ଟଙ୍କା ଛିବା ବେଳେ ୨୦୧୧-୧୨ରେ ଏହା ବଢି ୮୬୧ ଟଙ୍କା ହୋଇଛି ।

   Related Posts