ବିଧାନସଭା ଅଧିବେଶନ : ୨୦୧୭-୧୮ରେ ରାଜ୍ୟରେ ୫୫୦ ଶିଳ୍ପ ସଂସ୍ଥାରେ ୨ଲକ୍ଷ ୬୬ହଜାର ୮୫୪ଜଣଙ୍କୁ ନିଯୁକ୍ତି

Published By : Prameya-News7 Bureau | July 02, 2019 IST

ଭୁବନେଶ୍ବର ୨|୭:  ବିଧାନସଭା ବଜେଟ ଅଧିବେଶନ  । ଆଜି ପ୍ରଶ୍ନ କାଳ ସ୍ବଭାବିକ ରହିଛି । ୨୦୧୭-୧୮ରେ  ରାଜ୍ୟରେ ୫୫୦ ଶିଳ୍ପ ସଂସ୍ଥାରେ ୨ ଲକ୍ଷ ୬୬ ହଜାର ୮୫୪ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏଥି ମଧ୍ୟରୁ ୩୯ ହଜାର ୮୯୩ ରାଜ୍ୟ ବାହାରର । ସ୍ଥାନୀୟ ଯୁବକଙ୍କୁ ୭୫ ପ୍ରତିଶତ ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥାର ଅନୁପାଳନ ପାଇଁ ପଦକ୍ଷେପ ନିଆଯାଉଛି। କେନ୍ଦୁଝର ଜିଲ୍ଲାରେ ୨୨ଟି ଶିଳ୍ପସଂସ୍ଥାରେ ୧୦ ହଜାର ୫୯୨ ଜଣ ନିଯୁକ୍ତି ପାଇଛନ୍ତି। ଏଥିରୁ ରାଜ୍ୟରୁ ପାଇଛନ୍ତି ୯ ହଜାର ୩୩୯ ଜଣ ନିଯୁକ୍ତି ପାଇଛନ୍ତି। ଖୋର୍ଦ୍ଧାରେ ୭୫୦୯ ଜଣ ନିଯୁକ୍ତି ପାଇଛନ୍ତି ବିଭିନ୍ନ ଶିଳ୍ପସଂସ୍ଥାରେ । ସେଥି ମଧ୍ୟରୁ ୫୩୧ ଜଣ ବାହାର ରାଜ୍ୟରୁ ନିଯୁକ୍ତି ପାଇଛନ୍ତି। ପ୍ରଶ୍ନକାଳରେ ଏ ନେଇ ସୂଚନା ଦେଇଛନ୍ତି ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂହ । ସେପଟେ ରାଜ୍ୟର କୃଷି ଓ କୃଷକ ପ୍ରତି ରାଜ୍ୟ ସରକାର ଉଦାସୀନ । ବିରୋଧୀ କଂଗ୍ରେସ ପକ୍ଷରୁ ଆସିଥିବା ମୁତଲବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ।

ଅନ୍ୟପଟେ ୨୦୧୯-୨୦ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ୭ ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ସେଥିରୁ ୩ ହଜାର କିଲୋମିଟର ରାସ୍ତା ସବୁଜ ଜ୍ଞାନ କୌଶଳ ଉପଯୋଗ କରି ନିର୍ମାଣ କରାଯିବ । ପ୍ରଶ୍ନକାଳରେ ସୂଚନା ଦେଇଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ।

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୬୧ ହଜାର ୫୮୨ କିଲୋମିଟର ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ୫୫ ହଜାର ୧୩୬ କିଲୋମିଟର ରୋଡ୍ ସମ୍ପୂର୍ଣ୍ଣ ହୋଇଛି । ୫୪୩ଟି ସେତୁରୁ ୨୮୬ଟି ସେତୁ ସମ୍ପୂର୍ଣ୍ଣ ହୋଇଛି। ଏଥିପାଇଁ ମଞ୍ଜୁର ହୋଇଥିଲା ୨୬ ହଜାର ୯ଶହ କୋଟି । ଖର୍ଚ୍ଚ ହୋଇଛି ୨୨ ହଜାର ୮୨୩.୫୪ କୋଟି ଟଙ୍କା। ଆଗରୁ ଏହି ଯୋଜନାର ସମ୍ପୂର୍ଣ୍ଣ ଅର୍ଥ କେନ୍ଦ୍ର ସରକାର ବହନ କରୁଥିଲେ। ଏବେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅନୁଦାନ ଦେଉଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.