ଆଜିଠୁ ବିଧାନସଭା ଅଧିବେଶନ; ବିଜେଡିରୁ ବହିଷ୍କାର ପରେ ବଦଳିଲା ଦାମଙ୍କ ସିଟ

Published By : Prameya-News7 Bureau | September 17, 2018 IST

ଭୁବନେଶ୍ୱର ୧୭/୯ : ଆଜି ବିଧାନସଭା ଅଧିବେଶନ ଆରମ୍ଭରୁ ଦିବଂଗତ ନେତା ଦୋଳଗୋବିନ୍ଦ ପ୍ରଧାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିଥିଲେ । ୨ ମିନଟ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ହୋହଲ୍ଲା କରିଥିଲେ । ଚାରା ଘୋଟାଲା ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରି ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ନାରାବାଜି କରିଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏବଂ ଅନ୍ୟ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋହଲ୍ଲା କରିଥିଲେ । ଫଳରେ ଘଣ୍ଟାଏ ପର୍ଯ୍ୟନ୍ତ ଅର୍ଥାତ ୧ଟା ୩୬ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଆଜି ପ୍ରଶ୍ନକାଳରେ ଗୃହ, ଅର୍ଥ, ରାଜସ୍ବ, ପୂର୍ତ୍ତ, ଅବକାରୀ, ଖଣି, ଶିଳ୍ପ, ସାଧାରଣ ପ୍ରଶାସନ ଆଦି ବିଭାଗ ଉପରେ ଆଲୋଚନା ହେବାର ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.