ବିଧାନସଭା ମୌସୁମୀ ଅଧିବେଶନରେ ଗୃହ ଆରମ୍ଭରୁ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ

Published By : Prameya-News7 Bureau | September 05, 2018 IST

ଭୁବନେଶ୍ୱର ୫/୯ : ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଆରମ୍ଭରୁ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ | ଦିନ ୧୧.୩୦ ଯାଏଁ ଗୃହକୁ ମୁଲତବୀ କଲେ ବାଚସ୍ପତି | ତୈଳ ଦର ବୃଦ୍ଧି ପ୍ରତିବାଦରେ ନାରାବାଜି କରିଥିଲା କଂଗ୍ରେସ | ଶିକ୍ଷକଙ୍କ ପ୍ରଶ୍ନ ଉଠାଇ ବିଜେପି ମଧ୍ୟ ଗୃହରେ ନାରାବାଜି କରିଥିଲା | ଗୃହ ଅଚଳ ନେଇ ବିରୋଧ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଲେ-"ତେଲ ଦର ହୁ ହୁ ହୋଇ ବଢୁଛି, ପେଟ୍ରୋଲ ଲିଟର ପିଛା ୮୦ ଟଙ୍କାରେ ପହଞ୍ଚିଲାଣି, ବିଜେଡି ବିଜେପି ଖାଲି ଡ୍ରାମା କରୁଛନ୍ତି,ରାଜ୍ୟରେ ଅଭାବ ଅନଟନ ଦେଖାଦେଲାଣି, ଗରିବ ଲୋକ ହଇରାଣ ହେଉଛନ୍ତି, ଯେପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଟିକସ ଛାଡ କରିନାହାନ୍ତି ସେପର୍ଯ୍ୟନ୍ତ ହଟ୍ଟଗୋଳ ଜାରି ରହିବ" ବିଧାନସଭାରେ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ- "ଗୁରୁଙ୍କୁ ଅସମ୍ମାନ କରୁଛନ୍ତି ରାଜ୍ୟ ସରକାର, ତୁରନ୍ତ ଶିକ୍ଷକଙ୍କୁ ଡାକି ସମସ୍ୟାର ସମାଧାନ କରନ୍ତୁ, ସ୍କୁଲରେ ତାଲା ପଡିଛି ପିଲା ପାଠ ପଢୁନାହାନ୍ତି"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.