Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପ୍ରଦୀପ ମହାରଥୀଙ୍କୁ ଝୁରିଲା ବିଧାନସଭା, ମନେପକାଇ ଲୁହ ଗଡାଇଲେ ସାଥୀ ସଦସ୍ୟ

4/10/2020 at 8:40 PM

ଭୁବନେଶ୍ୱର, ୦୪ ।୧୦:  ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଧାନସଭାରେ  ଶୋକ । ୭ ଥର ବିଧାନୟକ ଥିବା ମହାରଥୀଙ୍କୁ ମନେ ପକାଥିଲେ  ଗୃହର ସାଥୀ ସଦସ୍ୟ । ପ୍ରଦୀପଙ୍କ ସହ କାଟିଥିବା ପ୍ରତ୍ୟକ ସମୟକୁ ମନେ ପକାଇ ଝୁରି ହୋଇଥିଲେ । ଆଉ ଆଖିରୁ ଲୁହବି ଗଡାଇଥିଲେ । ୪୫ ମିନିଟ ଶୋକ ପ୍ରସ୍ତାବ ଆଲୋଚନାରେ ଯାତ୍ରା କଥାଠୁ ଆରମ୍ଭ କରି ଫୁଲବଢିକୁ ସେ କେମିତି ଭଲ ପାଉଥିଲେ ସେକଥା ବି ଉଠିଥିଲା  ।

ଆଉ ବିଧାନସଭାରେ ଶୁଭିବନି ମହାରଥୀଙ୍କ ଠାଣି, ଚାହାଣି ଓ ବାଣୀ ।  ୭ ଥର ପିପିଲିରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା  ପ୍ରଦୀପ ମହାରଥୀ ବିଧାନସଭା କରିଡରର ଥିଲେ ପରିଚିତ ଚେହେରା। ।ଜଣେ ବିଧାୟକ  ଶାସକ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଓ ମନ୍ତ୍ରୀ ଭାବେ ସେ ଯେଉଁ ମାନଙ୍କ ସହ ବିଧାନସଭାରେ କାମକରୁଥିଲେ ଏବେ ସେମାନଙ୍କଠୁ ବହୁଦୂରକୁ ଚାଲିଯାଇଛନ୍ତି।  ବିଧାନସଭାର ବରିଷ୍ଠ ସଦସ୍ୟ ପ୍ରଦୀପ ମହାରଥୀଙ୍କ ବିୟୋଗରେ ବିଧାନସଭା ଶୋକା ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମସ୍ତେ ନିଜ ନିଜର ଶୋକ ପ୍ରକାଶ କରିବା ସହ ମହାରଥୀଙ୍କ କଥା ମନେପକାଇଥିଲେ । ୨୦୦୦ ମସିହାରେ ମହାରଥୀ ମୁଖ୍ୟମନ୍ତ୍ରୀ ଓ  ବର୍ତ୍ତମାନର ବାଚସ୍ପତିଙ୍କୁ ଯାତ୍ରା ଦେଖିବାକୁ ନିମନ୍ତ୍ରଣ କରିବା କଥା ମନେପକାଇଥିଲେ ବାଚସ୍ପତି ।

ଦଳ ମତ ଉର୍ଦ୍ଧରେ ରହି ମହାରଥୀଙ୍କ ସହ ମିଶିଥିବା ପ୍ରତ୍ୟକ ସଦସ୍ୟ ପୁରୁଣା କଥା ମନେ ପକାଇ ଥିଲେ । ଏମିତିକି ପ୍ରଥମ ଥର ବିଧାୟିକା କୁସୁମ ଟେଟେ ମହାରଥୀଙ୍କ କଥା ମନେ ପକା ଭାବ ପ୍ରବଣ ହୋଇଯାଇଥିଲେ । ବିଧାୟକ ତାରା ବାହିନିପତି ମଧ୍ୟ ଅନୁରୂପ ଭାବେ ଭାବ ବିହ୍ବଳ ହୋଇପଡ଼ିଥିଲେ ।

ଅସୁସ୍ଥତା କାରଣରୁ ଏଥର ମୈସୁମୀ ଅଧିବେଶନକୁ ଆସିନଥିଲେ ମହାରଥୀ । ଶୋକ ପ୍ରସ୍ତାବ ଉପରେ ୪୫ ମିନିଟ ଧ ଧରି ଆଲୋଚନା ହୋଇଥିଲା।

   Related Posts