ଜୁନ୍ ୧୮ରୁ ଆରମ୍ଭ ହୋଇପାରେ ବିଧାନସଭା ଅଧିବେଶନ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍

Published By : Prameya-News7 Bureau | June 01, 2019 IST

ଭୁବନେଶ୍ବର ୧|୬: ଆସନ୍ତା ଜୁନ୍ ୧୮ ତାରିଖରୁ ଷୋଡ଼ଶ ବିଧାନସଭା ଅଧିବେଶନ ଆରମ୍ଭ ହୋଇପାରେ। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପ୍ରସ୍ତୁତି ଚଳାଇଛି । ପୂର୍ବରୁ ଜୁନ୍ ୧୧ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ରଜ ଛୁଟି ପଡ଼ୁଥିବାରୁ ସେ ତାରିଖରେ ପରିବର୍ତ୍ତନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ନିର୍ବାଚନ ବର୍ଷ ଥିବାରୁ ରାଜ୍ୟ ସରକାର ଗତ ଫେବ୍ରୁଆରିରେ ୪ ମାସ ପାଇଁ କାମଚଳା ବଜେଟ୍ ବିଧାନସଭାରେ ପାରିତ କରିଥିଲେ। ଏବେ ନୂଆ ସରକାର ଗଠନ ପରେ ବିଧାନସଭାର ଏହି ଅଧିବେଶନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ପାରିତ କରାଯିବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ।

ସୂଚନା ଅନୁଯାୟୀ, ଜୁନ୍ ୧୮ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଜୁଲାଇ ୩୧ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.