Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଆଜି ଲୋକସେବା ଭବନରେ ବସିବ ବିଧାନସଭା ଅଧିବେଶନ : ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ସହ ପାରିତ ହେବ ବଜେଟ୍, ଘଣ୍ଟାଏ ଭିତରେ ସାରିବାକୁ ସମୟ ନିର୍ଘଣ୍ଟ

30/03/2020 at 7:43 AM

ଭୁବନେଶ୍ୱର ୩୦।୦୩: ଆଜି ବିଧାନସଭାର ବଜେଟ୍ ଅଧିବେଶନ ବସିବ । ଲୋକସେବା ଭବନ କନଫରେନ୍ସ ହଲରେ ସକାଳ ୧୦ ଟା ୩୦ରେ ଅଧିବେଶନ ବସିବ । ବୈଠକରେ ପ୍ରଶ୍ନ ଉତ୍ତର ହେବ ନାହିଁ । ସିଧାସଳଖ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବିକୁ ଗିଲୋଟିନରେ ପାରିତ କରାଯିବ । ଏହାପରେ ବ୍ୟୟମଞ୍ଜୁରୀ ବିଲ ଆଗତ ହୋଇ ବଜେଟ ପାରିତ କରାଯିବ । ଘଣ୍ଟାଏ ଭିତରେ ଏହା ସାରିବାକୁ ସମୟ ନିର୍ଘଣ୍ଟ ହୋଇଛି ।

କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ ଜରିଆରେ ପାରିତ କରାଯିବ । ଏମିତିକି ବିଧାନସଭାକୁ ମୁଲତବି କରିବା ପାଇଁ ପ୍ରସ୍ତାବ ପାରିତ କରାଯିବାକୁ ପ୍ରସ୍ତାବ ରହିଛି । କରୋନା ସଂକ୍ରମଣ ଲାଗି ବିଧାନସଭା ବୈଠକରେ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯିବ । ବିଧାୟକମାନେ ୨ମିଟର୍ ଲେଖାଏଁ ବ୍ୟବଧାନରେ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ସବୁ ବିଧାୟକ ଦଳ ନେତାଙ୍କୁ ୩୦ ପ୍ରତିଶତ ସଦସ୍ୟ ଉପସ୍ଥିତ ରହିବେ । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ବୈଠକ ସ୍ଥଳୀକୁ ଛଡ଼ାଯିବ ନାହିଁ। ପ୍ରଥମ ଥର ପାଇଁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ବୈଠକ ବସିବ । ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଏହାସହ ବିଧାନସଭା କୋଠାକୁ ମଧ୍ୟ ବିଶୋଧନ କରାଯାଇଛି ।

ଫେବ୍ରୁଆରି ୧୪ରୁ ଷୋଡ଼ଶ ବିଧାନସଭାର ତୃତୀୟ ତଥା ବଜେଟ୍  ଅଧିବେଶନ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୨୬ ତାରିଖ ଯାଏ ଚାଲିଥିଲା । ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହୋଇଥିଲା।ତେବେ କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ଗତ ୧୩ ତାରିଖରେ ବଜେଟ୍  ଅଧିବେଶନକୁ ୨୯ ତାରିଖ ଯାଏ ବନ୍ଦ ରଖାଯାଇଥିଲା । ଏପ୍ରିଲ୍ ୯ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବା ପାଇଁ ପୂର୍ବରୁ ସ୍ଥିର ହୋଇଥିଲେ ମଧ୍ୟ ଆଜି ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବ ।

   Related Posts