ବିଧାନସଭା କାର୍ଯ୍ୟସୂଚୀରେ ପରିବର୍ତ୍ତନ: ୫ ତାରିଖରେ ଆସିବ ଅତିରିକ୍ତ ବଜେଟ୍
3/09/2018 at 6:40 PM

ଭୁବନେଶ୍ବର ୩|୯: ଆସନ୍ତା କାଲିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନ ସେପ୍ଟମ୍ବର୪ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ବୈଠକ ୧୧ ଦିନ ବସିବ। ବିଧାନସଭା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟବଳୀରେ ପରିବର୍ତ୍ତନ କରାଯାଇଛି। ପୂର୍ବ କାର୍ଯ୍ୟବଳୀ ଅନୁସାରେ ଆସନ୍ତା କାଲି ଅତିରିକ୍ତ ବଜେଟ ଆଗତ ହୋଇଥାନ୍ତା କିନ୍ତୁ ସ୍ବଗର୍ତ ଭାରତ ରତ୍ନ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନ ଉଦେଶ୍ୟରେ କାଲି ଶୋକ ପ୍ରସ୍ତାବ ଆସିବାପରେ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବୀ କରାଯିବ। ଅତିରିକ୍ତ ବଜେଟ ବିଲକୁ ୫ତାରିଖ ଅର୍ଥାତ ବୁଧବାର ଦିନ ଗୃହରେ ଆଗତ କରାଯିବ। ଏବଂ ସେପ୍ଟେମ୍ବର ୬ ତାରିଖ ଦିନ ଅର୍ଥାତ ଗୁରୁବାର ଦିନ ବିଧାନ ପରିଷଦ ଗଠନ ସମ୍ପର୍କିତ ସଂକଳ୍ପ ଗୃହରେ ଆଗତ କରିବେ ସରାକରୀ ଦଳ । ଆଜି ବିଧାନସଭାରେ ବସିଥିବା କାର୍ଯ୍ୟପରାର୍ମଶଦାତା କମିଟି ବୈଠକ ଏହି ନିଷ୍ପତି ନିଆଯାଇଛି।। ସେପ୍ଟେମ୍ବର ୧୦,୧୧ ଓ ୧୨ ତାରିଖରେ ଅତିରିକ୍ତ ବଜେଟ ଉପରେ ଆଲୋଚନା ହେବ। ଏବଂ ସେପ୍ଟେମ୍ବର ୧୭ ତାରିଖ ଦିନ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ଆଗତ ହେବ। ଏହି ଅଧିବେଶନ ସମୁଦାୟ ୫ଟି ସରକାରୀ କାର୍ଯ୍ୟଦିବସ ରହିଛି।