ଆଜିଠୁ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ
12/07/2019 at 9:58 AM

ଭୁବନେଶ୍ବର ୧୨|୭: ଷୋଡ଼ଶ ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହେବ । ଏହା ଅଗଷ୍ଟ ୮ ତାରିଖ ଯାଏ ଚାଲିବ। ୧୨ ତାରିଖରେ ୧୦ଟି ଷ୍ଟାଣ୍ଡିଂ କମିଟି ୩୮ଟି ବିଭାଗର ଖର୍ଚ୍ଚଦାବି ତର୍ଜମା କରି ଦେଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ। ଏହା ସହ ରାଜ୍ୟ ମାନବାଧିକାର କମିସନ୍ ଙ୍କ ବାର୍ଷିକ ରିପୋର୍ଟ ବି ଆଇନ ମନ୍ତ୍ରୀ ଗୃହରେ ଉପସ୍ଥାପନ କରିବେ। ୧୩ ଓ ୧୪ ତାରିଖରେ ଗୃହ କାର୍ଯ୍ୟ ବନ୍ଦ ରହିବ। ୧୫ ତାରିଖରୁ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ ହେବ। ଜୁଲାଇ ୩୧ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟୟମଞ୍ଜୁରି ବିଲ୍ ଆଗତ ହୋଇ ପାରିତ ହେବ। ଅଗଷ୍ଟ ୩, ୬ ଓ ୮ ତାରିଖରେ ବେସରକାରୀ କାର୍ଯ୍ୟଦିବସ ରହିଛି ।
Related Posts
ଅବକାରୀ ବିଭାଗ ଓ ପୋଲିସର ଅତର୍କିତ ଚଢାଉ, ବିପୁଳ ପରିମାଣର ମଦ-ପୋଚ ଜବତ
28 January 2021