Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

୫ ଦିନ ପୂର୍ବରୁ ସରିଲା ବିଧାନସଭାର ବଜେଟ୍ ଅଧିବେଶନ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କଲେ ବାଚସ୍ପତି, ଅଧିବେଶନରେ କ’ଣ ହେଲା ପଢନ୍ତୁ ପୁରା ଖବର

3/08/2019 at 8:41 PM

ଭୁବନେଶ୍ୱର ୩।୮:  ଜୁନ ୨୫ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଶନିବାର ଶେଷ ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ  ମୁଲତବୀ ଘୋଷଣା କରିଛନ୍ତି। ବିଧାନସଭାର ବଜେଟ ଅଧିବେଶନ ଅଗଷ୍ଟ ୮ ତାରିଖରେ ସରିବାର ଥିଲା। ତେବେ ୫ ଦିନ ପୂର୍ବରୁ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଛନ୍ତି।

ଏହି ଅଧିବେଶନରେ ସମୁଦାୟ ୩ଟି ବିଲ ଗୃହରେ ପାରିତ ହୋଇଛି। ବିଧାନସଭା ନିର୍ବାଚନ ପରେ ଏହି ପ୍ରଥମ ଅଧିବେଶନ ହୋଇଥିବାରୁ ଏଥିରେ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବାଚସ୍ପତି ମନୋନୟନ କରାଯାଇଥିଲା। ସେହିଭଳି ବିଜେପିର ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ବିରୋଧୀ ଦଳ ନେତାଙ୍କ ମାନ୍ୟତା ମିଳିଥିଲା। ଜୁନ ୨୫ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଜୁନ ୨୮ ତାରିଖ ଦିନ ଗୃହରେ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଥିଲା। ଚଳିତ ଥର ୧ ଲକ୍ଷ ୩୯ କୋଟି ଟଙ୍କାର ବଜେଟ୍ ଅର୍ଥମନ୍ତ୍ରୀ  ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିଥିଲେ।

ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଆରମ୍ଭ ହୋଇଥିଲା। ଅଧିବେଶନର ଏହି ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଗୃହୀତ ହେବା ସହ ବ୍ୟୟ ମଞ୍ଜୁରି ବିଲ ପାରିତ ହୋଇଥିଲା। ଏହି ଅଧିବେଶନରେ ୫ଟି ବିଲ ପାରିତ ହୋଇଥିବା ବେଳେ ଶେଷଦିନରେ କୁନ୍ଦୁଲୀ ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ଗୃହରେ ଉପସ୍ଥାପନ ହୋଇଥିଲା। ଏହି ଅଧିବେଶନରେ ମଧ୍ୟ ରାଜ୍ୟସଭା ପାଇଁ ଖାଲିପଡିଥିବା ୩ ଆସନ ନିମନ୍ତେ  ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଅଧିବେଶନ କାଳରେ ଅପେକ୍ଷାକୃତ କମ୍ ସଦସ୍ୟ ଥିବା କଂଗ୍ରେସ ଦଳ ବିଧାନସଭାକୁ ହୁଲସ୍ତୁଲ କରିଥିଲା। କେତେବେଳେ ବିଜେପିକୁ ତ କେତେବେଳେ ବିଜେଡିକୁ ଦଳ ଗୃହରେ ଟାର୍ଗେଟ କରୁଥିଲା। ବିଧାନସଭା ଅଧିବେଶନ କାଳରେ ପାଟକୁରା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ପ୍ରଚାର ଲାଗି ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନେ ଗୃହରେ ଅନୁପସ୍ଥିତ ରହିବା ନେଇ କଂଗ୍ରେସ ଓ ବିଜେପି ଶାସକ ଦଳକୁ ଘେରିଥିଲେ। ପାଟକୁରା ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୋୱାଲ ବିଜୟୀ ହେବା ପରେ ଗୃହର ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ।

ଟ୍ରିପଲ ତଲାକ ବିଲ ରାଜ୍ୟସଭାରେ ଗୃହୀତ ହେବା ପରେ ରାଜ୍ୟ ବିଧାନସଭାରେ ଏହାକୁ ନେଇ ତୁମୁଳକାଣ୍ଡ ଘଟିଥିଲା। ଟ୍ରିପଲ ତଲାକ ବିଲକୁ ବିଜେଡି ସମର୍ଥନ କରିଥିବାରୁ କଂଗ୍ରେସ ଶାସକ ଦଳକୁ ସମାଲୋଚନା କରିଥିଲା। ଅପରପକ୍ଷରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ବିବାହ ବିଚ୍ଛେଦ ହୋଇଥିବା ମୁସ୍ଲିମ ମହିଳାଙ୍କ ସମ୍ପର୍କରେ ଅଋଚିକର ମନ୍ତବ୍ୟ ଦେଇ ଗୃହରେ ଅଡୁଆରେ ପଡିଥିଲେ।

ଗାନ୍ଧି ଓ ନାଥୁରାମ ଗଡସେଙ୍କୁ ନେଇ କଂଗ୍ରେସ ଓ ବିଜେପି ବାରମ୍ବାର ମୁହାଁ ମୁହିଁ ହେବା ଗୃହରେ ଦେଖିବାକୁ ମିଳିଥିଲା। ଅଧିବେଶନ କାଳରେ ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ମଧ୍ୟରେ ବାକ୍ ବିତର୍କ ରୋଚକ ଚର୍ଚ୍ଚା ସୃଷ୍ଟି କରିଥିଲା। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, କାଳିଆ ଯୋଜନା, ଚାଷୀ ଆତ୍ମହତ୍ୟା ଆଦି ବିଭିନ୍ନ ପ୍ରସଙ୍ଗରେ ବିରୋଧୀମାନେ ଶାସକ ଦଳକୁ ଘେରିଥିଲେ।

   Related Posts