ଗୃହ ଆରମ୍ଭରୁ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ନାରାବାଜି : କାଲି ଯାଇଁ ଗୃହ ମୁଲତବୀ

Published By : Prameya-News7 Bureau | September 10, 2018 IST

ଭୁବନେଶ୍ବର ୧୦|୯: ବିଧାନସଭା ମୌସୁମୀ ଅଧିବେଶନରେ ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ହୋହାଲ୍ଲା ଦେଖାଦେଇଥିଲା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି ନାରାବାଜି କରିଥିଲେ ଉଭୟ କଂଗ୍ରେସ ଓ ବିଜେପି ଦଳର ସଦସ୍ୟ । ଏହାକୁ ନେଇ ବାଚସ୍ପତି ଆସନ୍ତାକାଲି ଯାଏଁ ବିଧାନସଭାକୁ ମୁଲତବୀ ରଖିଛନ୍ତି । ଗୃହ ମୁଲତବୀ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଦଳ ମୁଖ୍ୟ ସେଚତକ ତାରା ବାହିନୀପତି । ସେ କହିଛନ୍ତି ଗୃହକୁ ବନ୍ଦ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି । ମୁଖ୍ୟମନ୍ତ୍ରୀ ଡେରିରେ ଗୃହକୁ ଆସିବା ଅର୍ଥ କଂଗ୍ରେସର ବନ୍ଦ ସଫଳ ହୋଇଛି ବୋଲି ସେ କହିଛନ୍ତି । ସେପଟେ ବିଜେଡି ମୁଖପାତ୍ର ସମୀର ଦାଶ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବାଚସ୍ପତି ତାଙ୍କ କାମ ଠିକ୍ ରେ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମୟ ଗଡେଇ ନାହାନ୍ତି ବାଚସ୍ପତି । ବିଜେପି କହିଛି ଗୃହ ବନ୍ଦ ଅର୍ଥ କଂଗ୍ରେସ ଓ ବିଜେଡିର ଭିତିରି ବୁଝାମଣା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.