ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

Published By : Prameya-News7 Bureau | December 02, 2021 IST

ଭୁବନେଶ୍ବର ୨।୧୨: ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା । ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭାରେ ବିରୋଧୀଙ୍କ ଜୋରଦାର ହଟ୍ଟଗୋଳ ଓ ନାରାବାଜି ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ହାତରେ ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ୍ ଆଗକୁ ଚାଲିଯାଇଥିଲେ । ଗୃହ ମଧ୍ୟଭାଗରେ ବିରୋଧୀ ଜୋରଦାର ହଙ୍ଗାମା କରିବାରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି ।
ସେପଟେ ବିଜେଡିର ଦାବି ସ୍ୱାଭାବିକ ହେଉ ଗୃହ । ଏହା ସହିତ ଗ୍ୟାସ୍ ଦର ବୃଦ୍ଧି ଓ ଦରଦାମ୍ ବୃଦ୍ଧି ପ୍ରତିବାଦରେ ବିଧାନସଭା ବାହାରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି । ଦରଦାମ୍ ନକମିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଦଳ ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.