Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜିବି ପ୍ରଶ୍ନୋତ୍ତର କାଳ ସ୍ବାଭାବିକ ହେଲାନି ; ସାଢେ ୧୧ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

12/09/2018 at 11:23 AM

ଭୁବନେଶ୍ବର ୧୨|୯: ଭୁବନେଶ୍ବର ଆଜିବି ପ୍ରଶ୍ନୋତ୍ତର କାଳ ସ୍ବାଭାବିକ ହେଲାନି । ଦିନ ସାଢେ ୧୧ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ । ବିଧାନସଭା ଆରମ୍ଭରୁ କଂଗ୍ରେସ କୃଷି ଦୁର୍ନୀତିକୁ ନେଇ ହଟ୍ଟଗୋଳ କରିଥିଲା । ଫଳରେ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି । ୫ ଦିନ ହେଲା ଉଭୟ ଶାସକ ଓ ବିରୋଧୀ ଗୃହରେ ହଟ୍ଟଗୋଳ କରିବାରୁ ପ୍ରଶ୍ନକାଳ ହୋଇପାରିନାହିଁ । ଆଜି ପ୍ରଶ୍ନକାଳରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଜଙ୍ଗଲ ପରିବେଶ, ଅନୁସୂଚିତ ଜାତି ଓ ଜନଜାତି, ଶକ୍ତି, ସମବାୟ ଆଦି ବିଭାଗର ଆଲୋଚନା ହେବାର ଥିଲା । ସେହିପରି ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାକୁ ରହିଛି ।

   Related Posts