ଆଜି ମଧ୍ୟ ଚାଲିପାରିଲାନି ବିଧାନସଭାର ପ୍ରଶ୍ନକାଳ : ବିଜେପି, କଂଗ୍ରେସ ସଦସ୍ୟ କଲେ ହଟ୍ଟଗୋଳ

Published By : Prameya-News7 Bureau | September 19, 2018 IST

ଭୁବନେଶ୍ବର ୧୯|୯: ବିଧାନସଭା ମୌସୁମୀ ଅଧିବେଶନର ଆଜି ଶେଷ ଦିନ । ଗତ ୮ଟି କାର୍ଯ୍ୟଦିବସ ଭଳି ଆଜି ମଧ୍ୟ ବିଧାନସଭାର ପ୍ରଶ୍ନକାଳ ଚାଲିପାରିନାହିଁ କଳା ପୋଷାକ ପିନ୍ଧି ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ । ସେହିଭଳି କଂଗ୍ରେସ ଆଗତ କରିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନକରିବା ଯୋଗୁଁ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ମୁଲତବୀ କରିବା ପାଇଁ ବାଧ୍ୟ ହୋଇଥିଲେ । ଗୃହକୁ ୧୧ଟା ୩୦ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି । ଆଜି ବିଧାନସଭାରେ ଆଗତ ହେବ ୭ଟି ବିଲ୍ । ଓଡିଶା ସମବାୟ ସମିତି ସଂଶୋଧନ ବିଲ ୨୦୧୮ ସହ ଓଡିଶା ମୂଲ୍ୟଯୁକ୍ତ କର ସଂଶୋଧନ ବିଲ୍ ବି ଆଗତ ହେବ । ସେହିଭଳି ଓଡିଶା ଦ୍ରବ୍ୟସେବା କର ସଂଶୋଧନ ବିଲ୍, ବିହାର ଓଡିଶା ତୀର୍ଥ ସ୍ଥାନ ବିଲ୍, ଓଡିଶା ହିନ୍ଦୁ ଦେବତ୍ତୋର ସଂଶୋଧନ ବିଲ୍, ଗାନ୍ଧି ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନ ବିଶ୍ବବିଦ୍ୟାଳୟ ଓଡିଶା ବିଲ୍ ଓ ଓଡିଶା ସରକାରୀ ଭାଷା ସଂଶୋଧନ ବିଲ୍ ଆଗତ ହେବ । ଏଥିସହ ଆଜି ଖାଦ୍ୟ ଯୋଗାଣ, ପରିବେଶ ଓ ଜଙ୍ଗଲ ବିଭାଗ, ଅନୁସୁଚିତ ଜାତି ଜନଜାତି, ଶ୍ରମ ନିୟୋଜନ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.