ଆଜି ବି ଚାଲି ପାରିଲାନି ବିଧାନସଭା ପ୍ରଶ୍ନକାଳ, ସାଢେ ୧୧ଟା ଯାଏଁ ଗୃହ ମୁଲତବି

Published By : Prameya-News7 Bureau | March 13, 2021 IST

ଭୁବନେଶ୍ବର ୧୩।୩: ବିଧାନସଭା ଅଚଳ । ଆଜି ବି ଚାଲି ପାରିଲାନି ବିଧାନସଭା ପ୍ରଶ୍ନକାଳ । ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ଚାଲି ପାରିଲାନି ଗୃହ । ବାଚସ୍ପତିଙ୍କ ପୋଡିୟମ ନିକଟରେ ହଙ୍ଗାମା କରିଛନ୍ତି ବିରୋଧୀ ଦଳ ସଦସ୍ୟ । ଧାନ କିଣାରେ ଅବ୍ୟବସ୍ଥା ନେଇ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହରେ ତୁମ୍ବି ତୋଫାନ କରିଛନ୍ତି ।

{"id":422091,"width":841,"height":523,"sizeSlug":"large","linkDestination":"none"}

ସେପଟେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ଘଟଣାରେ କ୍ଷମା ମାଗିବାକୁ ବିଜେଡି ସଦସ୍ୟ ଦାବି କରିଛନ୍ତି । ଗୃହର ମଧ୍ୟ ଭାଗକୁ ଆସି ବିଜେଡି ବିଧାୟକମାନେ ପ୍ରତିବାଦ କରିଥିଲେ । ଫଳରେ ବାଚସ୍ପତି ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଶୁକ୍ରବାର ଗୃହରେ ସାନିଟାଇଜର ପିଇ ଆତ୍ମାହୁତୀ ଦେବା ପାଇଁ ଉଦ୍ୟମ କରିଥିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.