କଂଗ୍ରେସର ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ ନକରିବାରୁ ହୋହଲ୍ଲା, ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବୀ

Published By : Prameya-News7 Bureau | September 08, 2021 IST

ଭୁବନେଶ୍ବର ୮।୯: ବିଧାନସଭା ମୌସୁମୀ ଅଧିବେଶନର ଆଜି ସପ୍ତମ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା । ଦିନ ୧୧ଟା ୩୦ ଯାଏଁ ଗୃହକାର୍ଯ୍ୟ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ତେବେ ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରି ନଥିବାରୁ ଗୃହରେ ହୋହଲ୍ଲା ହୋଇଥିଲା । ବାଚସ୍ପତିଙ୍କ ପୋଡିୟମ୍ ତଳେ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ । ବିଜେପି ସଦସ୍ୟ ମଧ୍ୟ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଯାହା ଫଳରେ ଗୃହ କାର୍ଯ୍ୟ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.