ଆଜିଠୁ ବିଧାନସଭାର ୨ୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ସଜବାଜ

Published By : Prameya-News7 Bureau | March 12, 2021 IST

ଭୁବନେଶ୍ୱର ୧୨।୦୩: ଆଜିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଏହି ଅବସରରେ ବିଭାଗୀୟ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ। ଆସନ୍ତା ୩୧ରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହୋଇ ପାରିତ ହେବ।

ତେବେ ମଣ୍ତିରେ ଧାନ କିଣାରେ ଅବ୍ୟବସ୍ଥା, ଜଙ୍ଗଲରେ ନିଆଁ ଲାଗିବା, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଗୃହରେ ପୁଣି ଉଠାଇ ସରକାରଙ୍କୁ ଘେରିବେ ବିରୋଧୀ। ମଣ୍ତିରୁ ସବୁ ଧାନ କିଣିବାକୁ ସରକାର ଗୃହରେ ଘୋଷଣା କରିଥିଲେ ବି ,ମଣ୍ତିରେ ଚାଷୀଙ୍କ ଧାନ ଏପର୍ଯ୍ୟନ୍ତ ପଡ଼ି ରହିଛି। ତାକୁ ନେଇ ପୁଣି ଗୃହ ଆରମ୍ଭରୁ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି।

ସେହିପରି ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ । ସେସବୁକୁ ବିଧାନସଭାରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛି ବଜେଡି। ଏପ୍ରିଲ ୭ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟୟ ବଜେଟ ଅଧିବେଶନ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.