Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଧାନ ପାଇଁ କମ୍ପିଲା ବିଧାନସଭା : ବିରୋଧୀଙ୍କ ହୋ-ହଲ୍ଲା ଓ ନାରାବାଜି, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି

12/03/2021 at 12:41 PM

ଭୁବନେଶ୍ୱର ୧୨।୦୩ : ବିଧାନସଭାରେ ଥମୁନି ଧାନ ତାତି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ । ଧାନ କିଣାରେ ଅନିମିତତାକୁ ନେଇ ଗୃହରେ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଓ ନାରାବାଜି । ଯାହାଫଳରେ ଗୃହକୁ ଅପରାହ୍ନ ୪ଟା ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଖବର ଅନୁଯାୟୀ, ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟଦିବସ ଆରମ୍ଭ ହୋଇଛି । ମୁଖ୍ୟତଃ ଚାଷୀଙ୍କ ପ୍ରସଙ୍ଗରେ ଗୃହ ପ୍ରଥମ ଦିନରେ ସରଗରମ ରହିଛି । ଆଜି  ୨ୟ ପର୍ଯ୍ୟାୟର ପ୍ରଥମ ଦିନ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଚାଷୀଙ୍କ ସମସ୍ୟା, ଧାମ କିଣାରେ ଅନିୟମିତତା ନେଇ ହୋହାଲ୍ଲା ଓ ନାରାବାଜି କରିଥିଲେ । ଏପିରିକି ବାଚସ୍ପତିଙ୍କ  ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ବିରୋଧୀ ସଦସ୍ୟ । ଯାହାଫଳରେ ଗୃହକୁ ପ୍ରଥମେ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ତେବେ ମୁଲତବୀ ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଏତର ବି ସମାନ ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ । ଏପରିକି ନିଜ ସିଟ୍‌ରୁ ଉଠି ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଶେଷରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।  

   Related Posts