Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଅଙ୍ଗନବାଡି କର୍ମୀଙ୍କ ବହିଷ୍କାର ପ୍ରତିବାଦରେ ଓଡିଶା ଅଙ୍ଗନବାଡି ମହିଳା କର୍ମଚାରୀ ସଂଘର ଆନ୍ଦୋଳନ ଡାକରା

10/10/2020 at 7:16 PM

ପିପିଲି ୧୦/୧୦ : ୨୦୧୭ ମସିହାରୁ ସୁଚାରୁ ରୂପେ କର୍ତବ୍ୟ ସମ୍ପାଦନା କରୁଥିବା ଜଣେ ଅଙ୍ଗନଓବାଡ଼ି କର୍ମୀଙ୍କୁ ବହିସ୍କାର କରାଯାଇଥିବାବଳେ ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ଅଲ ଓଡ଼ଶା ଅଙ୍ଗନଓବାଡ଼ି ଲେଡ଼ଜି କର୍ମଚାରୀ ସଂଘ । ଯଦି ୩ ଦିନ ମଧ୍ୟରେ ଏଡାର ସୁବିଚାର କରା ନ ଯାଏ ତବେ ଅନ୍ଦୋଳନକୁ ଓହ୍ଲାଈବ ବୋଲି ସଂଘ ଚେତାବନୀ ଦେଇଛି ।


ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ଜେନାପୁର ପଂଚାୟତର କିଆଲଣ୍ଡା ଅଙ୍ଗନଓବାଡ଼ି କେନ୍ଦ୍ର ୨୦୦୬ ମସିହାରେ ସ୍ଥାପିତ ହୋଇଥିଲା । ସେଠାରେ ମମତାଳି ବିଶ୍ବାଳ ନିଯୁକ୍ତି ପାଇଥିଲେ । ନିଯୁକ୍ତିର ୧୫ ଦିନରେ ସେ ଚାକରୀ ଛାଡ଼ି ଦେଇଥିଲେ । ଏହାପରେ ସେହି କେନ୍ଦ୍ରରେ ଅଙ୍ଗନଓବାଡ଼ି କର୍ମୀ ପଦବୀ ଖାଲି ପଡ଼ଥିଲା । ଏହା ପରେ ଉକ୍ତ ପଦବୀ ପାଇଁ ଡ଼େଲାଙ୍ଗ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣିଙ୍କ କାର୍ଯ୍ୟ।ଳୟ ପକ୍ଷରୁ ପତ୍ର ସଂଖ୍ୟା ୭୨୦ ୩୦.୧୧.୨୦୧୭ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଏଥିରେ ୬ ଜଣ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରୁ ଅନିତା ବହେରାଙ୍କୁ ନିଯୁକ୍ତି ମଳିଥିଲା । ସେହିଦିନ ଠାରୁ ଅନିତା ନିଜର କାର୍ଯ୍ୟ ସଠିକ୍ ଭାବରେ ସମ୍ପାଦନା କରିବା ସହିତ ନିୟମିତ ଦରମା ପାଉଥିଲେ । ତବେ ପ୍ରଥମ ଚୟନ ସମୟରେ ଦ୍ବିତୀୟ ସ୍ଥାନରେ ଥିବା ପ୍ରାର୍ଥୀ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ଫଳରେ ଅନୀତାଙ୍କୁ ଚାକରିରୁ ବହିସ୍କାର କରାଯାଇ ତାଙ୍କ ବଦଳରେ ପ୍ରଥମ ଚୟନରେ ଦ୍ବିତୀୟ ସ୍ଥାନରେ ଥିବା ଗୀତାଳୀ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅନିତା ।


ତବେ ଏହାକୁ ନେଇ ଅନିତାଙ୍କ ସହିତ ଆନ୍ଦୋଳନକୁ ଓହ୍ଲାଇଛି ଅଲ ଓଡ଼ଶା ମହିଳା ଅଙ୍ଗନଓବାଡ଼ି ସଂଘର ଡ଼େଲାଙ୍ଗ ଶାଖାର ସମସ୍ତ ଅଙ୍ଗନଓବାଡ଼ି କର୍ମୀ । ସେମାନେ ସିଡ଼ପିଓଙ୍କୁ ଘେରାଉ କରିଥିଲେ । ସଂଘର ଅଭିଯୋଗ ହେଉଛି ଯେ ଯଦି ଦ୍ବିତୀୟ ସ୍ଥାନରେ ରହିଥିବା ଆବେଦନକାରୀଙ୍କୁ ନିଯୁକ୍ତି ଦେବାର ଥିଲା ତବେ ପୁନଃ ନିଯୁକ୍ତି ପ୍ରକ୍ରିୟାରେ ଅନିତାଙ୍କୁ କ’ଣ ପାଇଁ ଚୟନ କରାଯାଇ ନିଯୁକ୍ତି ପ୍ରଦାନ କରାଗଲା । ଯଦି ଏହି ଘଟଣା ପୁନଃ ବିଚାର କରା ନଯାଏ ତବେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ।

ସେପଟେ ଏ ସମ୍ପର୍କରେ ଡ଼େଲାଙ୍ଗ ଶିଶୁ ବିକାଶ ପ୍ରକଳ୍ପ ଅଧିକାର କହିଛନ୍ତି ଯେ ସେ ଏବେ ନୁଆ ଆସିଛନ୍ତି । ଏ ସମ୍ପର୍କରେ ସେ ଜାଣି ନାହାନ୍ତି । ଉପରୁ ଯାହା ଆଦେଶ ଆସିଛି ତାହାକୁ ସେ ପାଳନ କରିଛନ୍ତି । ତବେ ସଂଘର ଅଭିଯୋଗକୁ ଗ୍ରହଣ କରି ଉପରସ୍ଥ ଅଧିକାରୀଙ୍କୁ ପ୍ରେରଣ କରିବି ସେମାନେ ଯାହା ପଦକ୍ଷେପ ନବେ ।


କିଆଲଣ୍ଡା ଅଙ୍ଗନବାଡି କେନ୍ଦ୍ରର ଏହି ଘଟଣାକୁ ଯଦି ଜିଲ୍ଲା ପ୍ରଶାସନ ସମାଧାନ ନ କରେ ତବେ ଆଗାମୀ ଦିନରେ ସଂଘ ପକ୍ଷରୁ ବିରାଟ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

   Related Posts