କାଶୀନଗରରେ ଆନ୍ଧ୍ରର ଦାଦାଗିରି: ଜୋର ଜବରଦସ୍ତ ମାଡିବସିଛି ଓଡିଶାର ରାସ୍ତା

Published By : Prameya-News7 Bureau | September 03, 2018 IST

ପାରଳାଖେମୁଣ୍ଡି ୩|୯: ଗଜପତି କାଶୀନଗରରେ ଆନ୍ଧ୍ରର ଅନୁପ୍ରବେଶ । ପୂର୍ବରୁ ଆନ୍ଧ୍ରର ଅନୁପ୍ରବେଶ ଉପରେ ରେ।କ୍ ଲଗାଇବା ସହ ସୀମା ନିର୍ଦ୍ଧାରଣ କରି ଫଳକ ଲଗାଇଥିଲେ ପ୍ରଶାସନ । ହେଲେ ପ୍ରଶାସନକୁ ବେଖାତିର କରି ଏବେ ପୁଣି ଥରେ ଖିଙ୍ଗାଗାଁ ସୀମାରେ ରାସ୍ତା ତିଆରି କରୁଛି ଆନ୍ଧ୍ର । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତେ।ଷ ଦେଖାଦେଇଛି । କିଛି ଦିନ ତଳେ ଏହି ସୀମାରେ ଆନ୍ଧ୍ର ଅନୁପ୍ରବେଶ କରି ରାସ୍ତା ନିର୍ମାଣ କରୁଥିବା ଜାଣିବା ପରେ ପ୍ରଶାସନ ପଦକ୍ଷେପ ନେଇଥିଲା । ସେହି ଅଂଚଳକୁ ଯାଇ କାମ ବନ୍ଦ କରିବା ସହ ମାପଚୁପ କରି ସୀମା ନିର୍ଦ୍ଧାରଣ କରିବା ସହ ଫଳକ ଲଗାଇଥିଲା । ହେଲେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କାମ ଆରମ୍ଭ କରିଛି ଆନ୍ଧ୍ର। ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆନ୍ଧ୍ରର ଏପରି ବାରମ୍ବାର ଅନୁପ୍ରବେଶ ଏବଂ ଅଯାଚିତ ସାହାଯ୍ୟକୁ ବିରେ।ଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଏନେଇ ଖବର ପାଇବା ପରେ ଅସନ୍ତେ।ଷ ପ୍ରକାଶ କରିଛନ୍ତି ସ୍ଥାନୀୟ ତହସିଲଦାର । ମନା କରିବା ସତ୍ବେ ଯଦି ଆନ୍ଧ୍ର ରାସ୍ତା କାମ କରୁଛି, ତା ହେଲେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁଣି ଥରେ ସ୍ଥାନୀୟ ଅଞ୍ଚଳରେ ମାପଚୁପ କରାଯାଇ ସୀମା ନିର୍ଦ୍ଧାରଣ କରାଯିବ ବେ।ଲି କହିଛନ୍ତି ତହସିଲଦାର । ବାରମ୍ବାର ସୀମାରେ ବାହାର ରାଜ୍ୟ ଅନୁପ୍ରବେଶ କରୁଛନ୍ତି । ଆଉ ଏହାକୁ ରେ।କିବାରେ ରାଜ୍ୟ ସରକାର ବିଫଳ ହେଉଛନ୍ତି । ଯାହାକୁ ନେଇ ଉତ୍ସାହିତ ହେ।ଇପଡୁଛନ୍ତି ପଡେ।ଶୀ ରାଜ୍ୟ । ତେବେ ପ୍ରଶ୍ନ ଉଠୁଛି ଓଡିଶା ସୀମାର ସୁରକ୍ଷା ଦାୟିତ୍ବ କାହା ହାତରେ । ସ୍ଥାନୀୟ ପ୍ରଶାସନ, ଜନତା ନାଁ ସରକାରର?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.