ମହାନଦୀ ଜଳବିବାଦ ମାମଲା : ଟ୍ରିବ୍ୟୁନାଲରେ ଶୁଣାଣି ପୂର୍ବରୁ ଉଭୟ ପକ୍ଷର ଆଇନଜୀବୀଙ୍କ ମଧ୍ୟରେ ଆଲୋଚନା

Published By : Prameya-News7 Bureau | September 27, 2019 IST

ନୂଆଦିଲ୍ଲୀ ୨୭।୯: ଆସନ୍ତାକାଲି ମହାନଦୀ ଜଳବିବାଦ ମାମଲାର ଟ୍ରିବ୍ୟୁନାଲରେ ଶୁଣାଣି ହେବ। ଏହା ପୂର୍ବରୁ ଆଜି ଓଡିଶା ଭବନରେ ଓଡିଶା ଓ ଛତିଶଗଡର ଆଇନଜୀବୀଙ୍କ ବୈଠକ । ଶୁଣାଣି ପୂର୍ବରୁ ଉଭୟ ପକ୍ଷର ଆଇନଜୀବୀମାନଙ୍କ ମଧ୍ୟରେ ଆଲୋଚନା । ଓଡିଶାରର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ସହ ଅନ୍ୟ ଆଇଜୀବୀମାନେ ଉପସ୍ଥିତ ଅଛନ୍ତି । ସେହିପରି ଛତିଶଗଡ ପକ୍ଷରୁ ପ୍ୟାନେଲରେ ଥିବା ଆଇନଜୀବୀ ଉପସ୍ଥିତ ।

ସୂଚନାଯୋଗ୍ୟ ଯେ, ଛତିଶଗଡ ଓ ଓଡିଶା ସତ୍ୟପାଠ ମାଧ୍ୟମରେ ନିଜ ନିଜର ପକ୍ଷ ଟ୍ରିବ୍ୟୁନାଲରେ ରଖିଛନ୍ତି। ଆସନ୍ତାକାଲି ଶୁଣାଣି ପୂର୍ବରୁ ଆଇନଜୀବୀଙ୍କ ଏହି ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.