ପଶ୍ଚିମବଙ୍ଗ ରସଗୋଲାର ଜିଆଇ ମାନ୍ୟତା ନାକଚ ଶୁଣାଣି ପାଇଁ ଚେନ୍ନାଇ ଗଲେ ଓଡିଶାର ୩ ସଙ୍ଗଠନ

Published By : Prameya-News7 Bureau | September 05, 2019 IST

ଭୁବନେଶ୍ୱର ୫।୯- ରସଗୋଲା କାହାର । ଏ ଯାଏଁ ଏହାର ସମାଧାନ ସମ୍ପୂର୍ଣ୍ଣ ହୋଇ ନାହିଁ । ଉଭୟ ପଶ୍ଚିମବଙ୍ଗ ଓ ଓଡିଶା ରସଗୋଲାକୁ ଜିଆଇ ମାନ୍ୟାତା ମିଳିଛି । ଓଡିଶାର ରସଗୋଲା ଦ୍ୱାଦଶ ଶତାଦ୍ଦୀର ହୋଇଥିବା ବେଳେ ପଶ୍ଚିମବଙ୍ଗର ରସଗୋଲା ମାତ୍ର ୨ ଶହ ବର୍ଷର ।  

ରସଗୋଲା ପାଇଁ ରାଜ୍ୟ ସପକ୍ଷରେ ଲଢେଇ ଜାରି ରଖିଥିବା  ତିନୋଟି ସଂଗଠନ ଓଡିଆ ପର୍ବ, ପୁଣ୍ୟ ଉତ୍କଳ ,ଓ ରିଜିଓନାଲ ଡେଭଲେପମେଣ୍ଟ ଟ୍ରଷ୍ଟର ମିଳିତ   ଚେନାଇ ଗସ୍ତ କରିଛନ୍ତି । ସେମାନେ ଚେନାଇ ଜିଓଗ୍ରାଫିକାଲ ରେଜିଷ୍ଟେ୍ରସନ ଇଣ୍ଡିକେସନ କତୃପକ୍ଷଙ୍କ ନିକଟରେ ଅଧିକ ପ୍ରାମାଣିକ ତଥ୍ୟ ଦାଖଲ କରିବେ । ପଶ୍ଚିମ ବଙ୍ଗ ରସଗୋଲାକୁ ଯେଉଁ ଜିଆଇ ଟ୍ୟାଗ ମିଳିଥିଲା ତାକୁ ନାକଚ କରିବାକୁ ଏହି ସବୁ ତଥ୍ୟ ସହାୟକ ହେବ  ବୋଲି କହିଛନ୍ତି ଏହି ସଙ୍ଗଠନର ସଦସ୍ୟମାନେ ସୂଚନା ଦେଇଛନ୍ତି। ୨୦୧୮ ଫେବୃୟାରୀ ୧୩ ରେ ଚେନାଇ ଜିଓଗ୍ରାଫିକାଲ ରେଜିଷ୍ଟେ୍ରସନ ଇଣ୍ଡିକେସନ କାର୍ଯ୍ୟାଳୟରେ ​‌ଓ୍ୱେଷ୍ଟ ବେଙ୍ଗଲ ରସଗୋଲାକୁ ମିଳିଥିବା ଜିଆଇ ଟ୍ୟାଗ ବିରୋଧରେ ଏହି ତିନୋଟି ଟ୍ରଷ୍ଟ ପକ୍ଷରୁ ମାମଲା କରାଯାଇଥିଲା । ସେପଟେ  ଶୁକ୍ରବାରରେ ଏହାର ପରବର୍ତି ଶୁଣାଣୀ ଧାର୍ଯ୍ୟ ହୋଇଛି । ।ତେଣୁ ଏକ ୬ଜଣିଆ ଟିମ ଆବଶ୍ୟକିୟ ପ୍ରାମାଣକ ନଥିପତ୍ର ସହ ଆଜି ଚେନାଇ ଗସ୍ତ  କରିଛନ୍ତି ।  

ଏହି ସଙ୍ଗଠନର ସଦସ୍ୟମାନେ ସୂଚନା ଦେଇଛନ୍ତି।

୨୦୧୮ ଫେବୃୟାରୀ ୧୩ ରେ ଚେନାଇ ଜିଓଗ୍ରାଫିକାଲ ରେଜିଷ୍ଟେ୍ରସନ ଇଣ୍ଡିକେସନ କାର୍ଯ୍ୟାଳୟରେ ​‌ଓ୍ୱେଷ୍ଟ ବେଙ୍ଗଲ ରସଗୋଲାକୁ ମିଳିଥିବା ଜିଆଇ ଟ୍ୟାଗ ବିରୋଧରେ ଏହି ତିନୋଟି ଟ୍ରଷ୍ଟ ପକ୍ଷରୁ ମାମଲା କରାଯାଇଥିଲା । ସେପଟେ  ଶୁକ୍ରବାରରେ ଏହାର ପରବର୍ତି ଶୁଣାଣୀ ଧାର୍ଯ୍ୟ ହୋଇଛି । ।ତେଣୁ ଏକ ୬ଜଣିଆ ଟିମ ଆବଶ୍ୟକିୟ ପ୍ରାମାଣକ ନଥିପତ୍ର ସହ ଆଜି ଚେନାଇ ଗସ୍ତ  କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.