ବିଧାନସଭାର ଦିନିକିଆ ଅଧିବେଶନ, କରୋନା ଛାଇରେ ଲୋକସେବା ଭବନରେ ଘଣ୍ଟେ ୧୫ମିନିଟ୍‌ ଚାଲିଲା ଗୃହ, ୧ଲକ୍ଷ ୫୫ହଜାର କୋଟି ଟଙ୍କାର ବ୍ୟୟ ବରାଦ ଅନୁମୋଦନ

Published By : Prameya-News7 Bureau | March 30, 2020 IST

ଭୁବନେଶ୍ୱର ୩୦।୦୩: କେରାନା ଭାଇରସ ପାଇଁ ପ୍ରଥମ ଥର ପାଇଁ ବିଧାନସଭା ବାହାରେ ବସିଲା ବିଧାନସଭା ଅଧିବେଶନ । ଲୋକସେବା ଭବନରେ ବସିଥିବା ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷର ୧ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ ଅନୁମୋଦନ ଲାଭ କରିଛି । କରୋନା ମୁକାବିଲା ପାଇଁ ସରକାର ନେଇଥିବା ପଦକ୍ଷେପକୁ ବିରୋଧୀ ପୂର୍ଣ୍ଣ ସମର୍ଥନ କରିଛନ୍ତି। ସବର୍ଦଳୀୟ ବୈଠକ  ସହ ସମସ୍ତଙ୍କୁ ବୀମାଭୂକ୍ତ କରିବାକୁ ଦାବି କରିଛନ୍ତି  ।

{"id":246586,"sizeSlug":"large"}

ଚାରିଆଡ଼େ ଲକ୍ ଡାଉନ। ଏହା ଭିତରେ ବିଧାନସଭାର ଅଧିବେଶନ । ପାରିତ ହେଲା ବଜେଟ। ଆଜି ଲୋକେସବା ଭବନରେ ବସିଥିବା ବଜେଟ ଅଧିବେଶନରେ ୧ ଲକ୍ଷ ୫୫ ହଜାର ୯୬୩ କୋଟି ୨୬ ଲକ୍ଷ ୮୧ ହଜାର ଟଙ୍କାର ବ୍ୟୟବରାଦ ଅନୁମୋଦନ ଲାଭ କରିଛି।  ଲୋକସେବା ଭବନର ନ୍ୟୁ କନେଭନସନ ହଲରେ  ସକାଳ  ସାଢ଼େ ୧୦ଟାରେ ଆରମ୍ଭ  ହୋଇଥିଲା ଅଧିବେଶନ। ବଜେଟ ଅଧିବେଶନ ଆରମ୍ଭରୁ ପ୍ରଶ୍ନ କାଳକୁ ବାଚସ୍ପତି ବାତିଲ କରିଥିଲେ। ତା ପରେ ଗୃହକୁ ୧୫ ମିନିଟ ପାଇଁ ମୁଲତବୀ ରଖିଥିଲେ ବାଚସ୍ପତି।

{"id":246587,"sizeSlug":"large"}

ମୁଲତବୀ ପରେ ଗୃହ ଆରମ୍ଭ ହେବ କ୍ଷଣି ଗିଲୋଟିନରେ ୪୨ ଟି ବିଭାଗର ଖର୍ଚ୍ଚ ଦାବି ଏବଂ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବା ପରେ ସରକାରୀ ଦଳ ମୁଖ୍ୟ ସଚେତକ ଗୃହ ବସିବାକୁ ଥିବା ୧୪ ଦିନ ବାତିଲ କରିବା ସହ କରୋନା ପାଇଁ ଗୃହକୁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ରଖିଥିଲେ ।

{"id":246602,"sizeSlug":"large"}

ବ୍ୟୟ ମଞ୍ଜୁରୀ ବିଲ ଆଲୋଚନା ବେଳେ ବିରୋଧୀ ଦଳ କରୋନା ବାବଦରେ ସରକାର ନେଇଥିବା ପଦେକ୍ଷପକୁ ସମର୍ଥନ ଦେଇଥିବା ବେଳେ ଚେତାଇ ମଧ୍ୟ ଦେଇଛନ୍ତି। ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି କରୋନା ମୁକାବିଲାର ନିୟୋଜିତ ସ୍ବାସ୍ଥ୍ୟ କର୍ମୀ, ପୋଲିସ ,ଡାକ୍ତର, ସାମ୍ବାଦିକମାନଙ୍କର ଇନସ୍ୟୁରାନ୍ସ କରାଯାଉ।  ରାଜ୍ୟ ବାହାରେ ଯେଉଁ ମାନେ ଅଛନ୍ତି ସେମାନଙ୍କ ପାଖରେ ସରକାରଙ୍କ ବ୍ୟବସ୍ଥା ପହଞ୍ଚିଲା କି ନାହିଁ ଏହାର ତଦାରଖ କରିବା ପାଇଁ ଜଣେ ଅଫିସରଙ୍କୁ ନିଯୁକ୍ତି ଦିଆଯାଉ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ସରକାର କରୋନା ମୁକାବିଲା ପାଇଁ ଯେଉଁସବୁ ବ୍ୟବସ୍ଥା କରିଛନ୍ତି ସେଥିରେ ଦୁର୍ନିତିର ଗନ୍ଧ ଆସୁଛି। ତେଣୁ ସର୍ବଦଳୀୟ ବୈଠକ ଡାକି ଏହା ଉପରେ ଆଲୋଚନା କରାଯାଉ। ଏପେଟ ଗୃହ ବାହାରେ ଏହାର ଜବାବ ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର।

ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁସାରେ ଏହି ବୈଠକଙ୍କୁ ବିଜେଡିର ୪୦ ବିଧାୟକ, ବିଜେପିର ୭ ଜଣ ଏବଂ କଂଗ୍ରେସର ୪ ଜଣ ବିଧାୟକ ଯୋଗ ଦେଇଥିଲେ।  ବୈଠକ ବସିବା ପୂର୍ବରୁ  ନ୍ୟୁ କନେଭନସନ ହଲକୁ ଭଲ ଭାବେ ସାନିଟାଇଜ କରାଯାଇଥିଲା।  ଏହା ସହିତ  ବୈଠକକୁ ଯିବା ପୂବର୍ରୁ ସସସ୍ତ ବିଧାୟକଙ୍କ ହାତକୁ ସାନିଟାଇଜ କରି ଗୃହ ଭିତରକୁ ଯାଇଥିଲେ। ବିଧାୟକ ମାନଙ୍କୁ ବିଧାନସଭା ପକ୍ଷରୁ ମାସ୍କ ପ୍ରଦାନ କରାଯାଇଛି। ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଇଥିବାରୁ ବିଧାୟକମାନେ ମାସ୍କ ପିନ୍ଧି ଦେଢ଼ ମିଟର ଦୂରତାରେ ଜଣେ ଜଣେ ବିଧାୟକ ବସିଥିଲେ। ଏକ ଘଣ୍ଟା ୧୫ ମନିଟ ଚାଲିଥିଲା ବିଧାନସଭା ଅଧିବେଶନ। ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ଆଜି ଅନିଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଛନ୍ତି ବାଚସ୍ପତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.