ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍ ଅଫ ମାର୍କ

Published By : Prameya-News7 Bureau | June 29, 2018 IST

ପ୍ରକାଶ ପାଇଲା ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ ମାର୍କ । ବିଜ୍ଞାନ, ବାଣିଜ୍ୟ ଓ କଳା ପାଇଁ ଏହି କଟ ଅଫ ମାର୍କ ପ୍ରକାଶ ପାଇଛି । ବିଜ୍ଞାନରେ ୮୮.୮୩ ପ୍ରତିଶତ ସହ ରେଭେନ୍ସା ଆଗରେ ରହିଛି । ୮୮.୩୩ ପ୍ରତିଶତ ସହ ବିଜେବି କଲେଜ ଦ୍ବିତୀୟ ସ୍ଥାନରେ ରହିଛି । ବ୍ରହ୍ମପୁରର ସରସ୍ବତୀ ବିଦ୍ୟାମନ୍ଦିର, ନିଳକଣ୍ଠନଗର ୮୮ ପ୍ରତିଶତ ସହ ତୃତୀୟ ସ୍ଥାନରେ ରହିଛି । ସେହିପରି, ବାଣିଜ୍ୟରେ ୭୮.୨ ପ୍ରତିଶତ ସହ ଶୀର୍ଷରେ ରହିଛି ବିଜେବି କଲେଜ । ଦ୍ବିତୀୟରେ ୭୭.୧୭ ପ୍ରତିଶତ ସହ ରହିଛି ରେଭେନ୍ସା ଏବଂ ଭୁବନେଶ୍ବରର ରାଜଧାନୀ କଲେଜ ୭୬ ପ୍ରତିଶତ ସହ ରହିଛି ତୃତୀୟ ସ୍ଥାନରେ । କଳାରେ ପ୍ରଥମ ସ୍ଥାନରେ ରହିଛି କେନ୍ଦୁଝର ଘଷିପୁରାର ପତିତପାବନ କଲେଜ । ଏଠାରେ କଟଅଫ ମାର୍କ ରହିଛି ୭୮.୬୭ ପ୍ରତିଶତ । ହାଟଡିହିର ସାଡଙ୍ଗ ଆଂଚଳିକ କଲେଜ ଦ୍ବିତୀୟ ସ୍ଥାନରେ ରହିଛି । ଏହାର କଟଅଫ ମାର୍କ ରହିଛି ୭୩.୫୦ ପ୍ରତିଶତ । ୭୩.୪୦ ପ୍ରତିଶତ ସହ ବିଜେବି ତୃତୀୟ ଏବଂ ୭୨ ପ୍ରତିଶତ ସହ ରେଭେନ୍ସା ଚତୁର୍ଥ ସ୍ଥାନରେ ରହିଛି । ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ଅନୁଯାୟୀ ମୋୟ ୩ଲକ୍ଷ ୭୬ହଜାର, ୪୧୦ଜଣ ଆବେଦନ କରିଥିବା ବେଳେ ୩ଲକ୍ଷ ୪୧ହଜାର ୯୨୭ଜଣ ଚୟନ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.