ମେକ୍ ଇନ୍ ଓଡିଶା କନକ୍ଲେଭ ପୂର୍ବରୁ ବିଦେଶରେ ରୋଡ ସୋ

Published By : Prameya-News7 Bureau | September 02, 2018 IST

ବିଦେଶରେ ଓଡ଼ିଆର ରୋଡ ସୋ | ମେକ୍ ଇନ୍ ଓଡିଶା କନକ୍ଲେଭ ପୂର୍ବରୁ ବିଦେଶରେ ଶିଳ୍ପପତିଙ୍କୁ ଭେଟିଲେ ରାଜ୍ୟ ସରକାର | ଜାପାନ, ଚାଇନା, ସାଉଥକୋରିଆରେ ସରିଲା ରୋଡ ସୋ ଓ ଇନଭେଷ୍ଟର ମିଟ୍ ହୋଇଥିବା ଶିଳ୍ପମନ୍ତ୍ରୀ ଅନନ୍ତ ଦାସଙ୍କ ସୂଚନା ଦେଇଛନ୍ତି | ସବୁ ସ୍ଥାନରେ ପୁଞ୍ଜି ନେବିଶକାରୀଙ୍କ ଆଗ୍ରହ ଦେଖିବାକୁ ମିଳିଛି ବୋଲି କହିଛନ୍ତି ଅନନ୍ତ ଦାସ | ଇନଭେଷ୍ଟର ମିଟ୍ ରେ୧୦୦ରୁ ୧୫୦ ଶିଳ୍ପପତି ଭାଗ ନେଇଥିଲେ | ସେମାନଙ୍କ ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି | ମେକ୍ ଇନ୍ ଓଡିଶା କନକ୍ଲେଭରେ ଭାଗ ନେବେ ବୋଲି ସେମାନେ ପ୍ରତିଶୃତି ଦେଇଛନ୍ତି ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ | ୬ଟି କ୍ଷେତ୍ର ଯଥା ସ୍କିଲ, ଟୁରିଜମ୍, ଟେକ୍ସଟାଇଲ, ଫୁଡ ପ୍ରୋସେସିଙ୍ଗ ଭଳ ୬ଟି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.