ସରକାରଙ୍କୁ ଘେରିବାକୁ ଇସ୍ୟୁ ଭର୍ତ୍ତି: ବିଧାନସଭାର ମୌସୁମୀ ଅଧିବେଶନ ହେବ ସରଗରମ
3/09/2018 at 6:50 PM

ଭୁବନେଶ୍ବର୩|୯: ଆସନ୍ତକାଲି କାଲି ବିଧାନସଭା ଆରମ୍ଭ ହେବା ପୂର୍ବରୁ ତାୟାର ହୋଇଛନ୍ତି ଉଭୟ ସରକାରୀ ଦଳ ଏବଂ ବିରୋଧୀ ଦଳ। ବିଧାନସଭାରେ ବିଜେଡି ବିଧାୟକ ଦଳ ଏବଂ କଂଗ୍ରେସ ବିଧାୟକ ଦଳ ବୈଠକ ଡାକି ରଣନୀତି ସ୍ଥିର କରିଥିବାବେଳେ ବିଜେପି ରାଜ୍ୟକାର୍ଯ୍ୟାଳୟ ବୈଠକ ଡାକାଇ ପ୍ରସ୍ତୁତ କରିଛି ରଣନୀତି। ସରକାରଙ୍କୁ ଘେରିବାକୁ ବିରୋଧୀ ତିଆରି କରିଛନ୍ତି ଲମ୍ଭା ଏଜେଣ୍ତା। ଫସଲ ବୀମା, ଲୋକାୟୁକ୍ତ ନିଯୁକ୍ତି, ପିସି କାରବାର, ଶିକ୍ଷକ ସମସ୍ୟା, ବିଜୁବାହିନୀ, ଆୟୁଷ୍ବାନ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନକରିବା, ଚାଷୀ ଆତ୍ମହତ୍ୟାଙ୍କୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବାକୁ ବିରୋଧୀ ତିଆରି କରିଛନ୍ତି ବ୍ଲୁ ପ୍ରିଣ୍ଟ। ବିଶେଷ କରି କଂଗ୍ରେସ ଲୋକୟୁକ୍ତ ନିଯୁକ୍ତି ଏବଂ ଫସଲ ବୀମା ପାଇବାରୁ ଚାଷୀ ବଞ୍ଚିତ ହେବା ପ୍ରମୁଖ ପ୍ରସଙ୍ଗ କରିବ । ଏପଟେ ବିଜେପି ଚାଷୀ ଆତ୍ମହତ୍ୟା ଏବଂ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ନହେବାକୁ ପ୍ରମୁଖ ପ୍ରସଙ୍ଗ କରିବ। ଏପଟେ ସରାକରୀ ଦଳ କହିଛନ୍ତି ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। କେନ୍ଦ୍ର ଅବହେଳା, ମହାନଦୀ ସମସ୍ୟାକୁ ପ୍ରସଙ୍ଗ କରିବ ବିଜେଡି।