Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଜାପାନରେ କରୋନା ଟୀକା ତିଆରି କରୁଛନ୍ତି ଓଡିଆ ଯୁବକ, ବାୟୋସିଷ୍ଟମ ଜରିଆରେ ଚାଲିଛି ଗବେଷଣା

19/07/2020 at 12:46 PM

ରାୟଗଡ଼ା,୧୯|୦୭: ମହାମାରୀ କରୋନା ଏବେ ସମଗ୍ର ବିଶ୍ୱକୁ କବଳିତ କରିଛି । ନିରାକରଣ ଲାଗି ଆବଶ୍ୟକ ଔଷଧ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଭାରତଠାରୁ ଆରମ୍ଭ କରି ବିଭିନ୍ନ ଦେଶ । ଏହି କାର୍ଯ୍ୟରେ ସାମିଲ ଅଛନ୍ତି ରାୟଗଡ଼ାର ପୁଅ ଆଦିତ୍ୟ ପାଢ଼ୀ । ଜାପାନରେ ଯେଉଁ ରିସର୍ଚ୍ଚ ଚାଲିଛି, ସେଥିରେ ତାଙ୍କୁ ସାମିଲ କରାଯାଇଛି । ଜାପାନର ରିକେନ ସହରରେ ଥିବା ରିକେନ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହି ରିସର୍ଚ୍ଚ ଆରମ୍ଭ ହୋଇଛି । ୩୨ ବର୍ଷୀୟ ଆଦିତ୍ୟ ୟୁମିଫେନୋଭିର ନାମକ ଔଷଧ ସମ୍ପର୍କରେ ରିସର୍ଚ୍ଚ ଜାରି ରଖିଛନ୍ତି । ବାୟୋସିଷ୍ଟମ ଜରିଆରେ ସେ ଗବେଷଣା କରୁଥିବା ସୂଚନା ମିଳିଛି ।

ରାୟଗଡ଼ା ସହରର ଗୋଦାବରୀଶ ନଗରରେ ରହୁଥିବା ଜଗନ୍ନାଥ ପାଢ଼ୀଙ୍କ ଏକମାତ୍ର ପୁତ୍ର ଆଦିତ୍ୟ । ୨୦୦୩ ମସିହାରେ ସେ ରାୟଗଡ଼ା ଜିସିଡି ଉଚ୍ଚବିଦ୍ୟାଳୟରୁ ମାଟ୍ରିକ, ୨୦୦୫ରେ ରାୟଗଡ଼ା ମହାବିଦ୍ୟାଳୟରୁ ଯୁକ୍ତ ୨ ପାସ ପରେ ଭୁଜବଳସ୍ଥିତ ମିଟ୍‌ସ ବୈଷୟିକ ମହାବିଦ୍ୟାଳୟରୁ ବାୟୋଟେକ୍‌ନୋଲୋଜିରେ ବିଟେକ୍‌ କରିଥିଲେ । ପରେ ନୂଆଦିଲ୍ଲୀସ୍ଥିତ ଆଇଆଇଟିରୁ ପିଏଚ୍‌ଡି କରିଥିବା ଜଣାପଡ଼ିଛି । ପିଏଚଡି ପରେ ଆଦିତ୍ୟ ଯାଇଥିଲେ ଜାପାନ । ସେଠାରେ ରିକେନ ଇନଷ୍ଟିଚ୍ୟୁଟରେ ରିସର୍ଚ୍ଚର ଭାବେ କାର୍ଯ୍ୟ କରୁଛନ୍ତି ।

ତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ କରୋନା ଉପରେ ସେ ଗବେଷଣା ଜାରି ରଖିଛନ୍ତି । ଯେଉଁ ଔଷଧ ଜାପାନ ପକ୍ଷରୁ ପ୍ରସ୍ତୁତ ଚାଲିଛି, ତାହା ମଣିଷ ଶରୀରରେ କିଭଳି କାର୍ଯ୍ୟ କରୁଛି ତାହାର ଅନୁଧ୍ୟାନ ଦାୟିତ୍ୱରେ ରହିଛନ୍ତି ସେ । ଏଥିସହ ଭାରତୀୟଙ୍କ ଶରୀରରେ ଏହାର ପ୍ରଭାବ କିଭଳି ରହିବ, ତାହାର ମଧ୍ୟ ଅନୁଧ୍ୟାନ କରାଯାଉଛି । ଆଦିତ୍ୟଙ୍କ ଏଭଳି କାର୍ଯ୍ୟ ସଂପର୍କରେ ଜଣାପଡ଼ିବା ପରେ ସମଗ୍ର ରାୟଗଡ଼ାରେ ଖୁସିର ଲହରି ଖେଳିଯାଇଛି । ତାଙ୍କ ସହପାଠୀ ଓ ପରିବାର ଏଥିପାଇଁ ଗର୍ବ ଅନୁଭବ କରିଛନ୍ତି । କାରଣ ସମଗ୍ର ବିଶ୍ୱ ବର୍ତ୍ତମାନ ଯେଉଁ କାମରେ ଲାଗିପଡ଼ିଛି, ସେହି ଦାୟିତ୍ୱରେ ରହିଛନ୍ତି ରାୟଗଡ଼ା ମାଟିର ପୁଅ ଆଦିତ୍ୟ ।

   Related Posts