ତେଲେଙ୍ଗାନାରେ ଓଡିଆ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | May 16, 2020 IST

ମାଲକାନଗିରି ୧୬।୫: ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଯାଇଥିଲେ ହେଲେ ଫେରିଲେ ଶବ ହୋଇ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଜିଲ୍ଲାର ପଦଜାଗୁଡା ଗ୍ରାମର ବାସୁ କୁରାମି ନାମକ ଜଣେ ଯୁବକ ତେଲେଙ୍ଗାନାର ସିତାପେଟା ଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତେବେ ସେଠାରେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ବନ୍ଧୁ ଏବଂ ସହଯୋଗୀମାନେ ମେଡିକାଲ ନେଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ହୋଇଛି । ଏହାପରେ ବାସୁଙ୍କ ମୃତଦେହକୁ ଶନିବାର ତାଙ୍କ ଗ୍ରାମକୁ ଆଣାଯାଇଛି ଏବଂ ସେଠାରେ ତାଙ୍କ ଶେଷକୃତ୍ୟ କରାଯାଇଛି । ତାଙ୍କ ପରିବାର ବର୍ଗ ଶୋକରେ ଭାଙ୍ଗି ପଡିଥିବା ବେଳେ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.