ବେଙ୍ଗାଲୁରୁରେ ଓଡିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

Published By : Prameya-News7 Bureau | July 04, 2020 IST

ବେଙ୍ଗାଲୁରୁ ୪।୭: ବେଙ୍ଗାଲୁରୁରେ ଓଡିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଲେ ଅଜିତ କୁମାର ଦାସ । ଅଜିତ ବାଙ୍ଗାଲୋର ସହରର ବନର୍ଘଟା ସ୍ଥିତ ମେଗାମାର୍ଟ ସପିଙ୍ଗ ମଲ୍ ରେ କାମ କରୁଥିଲେ । ସବୁଦିନ ଭଳି ଅଜିତ୍ ସକାଳୁ କମ୍ପାନୀକୁ କାମ କରିବାକୁ ଯାଇଥିଲା କିନ୍ତୁ ସଂଧ୍ୟାବେଳେ ଅଜିତଙ୍କ ମୃତଦେହ ତାଙ୍କ ଘର ନିକଟରେ ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଯେ, ବାଙ୍ଗାଲୋର ସହରର ବନର୍ଘଟା ଥାନା ଅନ୍ତର୍ଗତ ମେଗାମାର୍ଟ ସପିଙ୍ଗ ମଲ୍ ରେ କାମ କରୁଥିବା ୨୦ ବର୍ଷ ବୟସ୍କ ଅଜିତ କୁମାର ଦାସଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ମୃତ ଅଜିତ ସବୁଦିନ ପରି ଗତକାଲି ସକାଳୁ କମ୍ପାନୀକୁ କାମ କରିବାକୁ ଯାଇଥିଲା, କିନ୍ତୁ ତାର ରୁମ୍ ମେଟ୍ ମାନେ ସନ୍ଧ୍ୟା ବେଳକୁ ଘରକୁ ଫେରି ଦେଖିଥିଲେ ଯେ ଘର କବାଟ ପାଖରେ ଅଜିତଙ୍କର ମୃତଦେହ ପଡିଛି । ସେମାନେ ପୋଲିସକୁ ଜଣାଇବା ପରେ ପୋଲିସ ଶବ ଜବତ କରି ହସ୍ପିଟାଲକୁ ପଠାଇଛି । ଅଜିତ କୁମାର ଦାସ ହେଉଛନ୍ତି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ରଘୁନାଥପୁର ଗ୍ରାମର ରବୀନ୍ଦ୍ର ନାଥ ଦାସଙ୍କ ପୁଅ । ସେ ଦୁଇ ବର୍ଷ ହେବ ବେଙ୍ଗାଲୁରୁରେ କମ୍ପାନୀରେ କାମ କରିଆସୁଥିଲେ । ବନର୍ଘଟା ପୋଲିସ ମେଗାମାର୍ଟ ସପିଙ୍ଗ ମଲ୍ କୁ ଯାଇ ପଚରାଉଚରା ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.