କରୋନା କଟକଣା ସାଜିଲା କାଳ : ସାଙ୍ଗକୁ ହତ୍ୟା କଲା ସାଙ୍ଗ

Published By : Prameya-News7 Bureau | May 12, 2020 IST

ନବରଙ୍ଗପୁର ୧୨।୫: କରୋନା କଟକଣା ସାଜିଲା କାଳ । ସାଙ୍ଗକୁ ହତ୍ୟା କଲା ସାଙ୍ଗ । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର କୋଷାଗୁମୁଡା ବ୍ଲକ୍ ଅନ୍ତର୍ଗତ ଏସ.କେରାଗାଁରୁ ।

{"id":268510,"sizeSlug":"large"}

ସୂଚନାଯୋଗ୍ୟ ଯେ, ୨୦ରୁ ଅଧିକ ସାଙ୍ଗ ମିଶି ଦାଦନ ଖଟିବା ପାଇଁ ହାଇଦ୍ରାବାଦକୁ ଯାଇଥିଲେ। ତେବେ କୋରନା ପାଇଁ ଲକ୍ ଡାଉନ୍ ଘୋଷଣା ହେବାରୁ ଆଉ ଘରକୁ ଆସିପାରିନଥିଲେ। ସେଠାରେ ଫସି ରହିଥିଲେ । ୪୫ ଦିନ ଲକ୍ ଡାଉନ୍ ଭୋକଉପାସରେ ରହିବାରୁ ମାନସିକ ଚାପରେ ଥିଲେ । ଏହି ସମୟରେ ଦୁଇ ବନ୍ଧୁ ମୁକୁନ୍ଦ ରଂଧାରୀ ଓ ଜୟରାମଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା । ପରେ ଦୁଇ ଜଣ ଗୋଟିଏ କୋଠରୀରେ ରାତିରେ ଶୋଇଥିଲେ ।

{"id":268511,"sizeSlug":"large"}

ତେବେ ରାତିରେ ମୁକୁନ୍ଦ ଉଠି ଶୋଇଥିବା ଜୟରାମକୁ ଏକ ଲୁହା ଛଡରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣା ଘଟିବା ପରେ ଅନ୍ୟ ସାଥୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଶବ ବ୍ୟବଚ୍ଛେଦ କରି ଏକ ଆମ୍ବୁଲାନ୍ସରେ ମୃତଦେହକୁ ପଠାଇଥିଲା। ଏପଟେ ହତ୍ୟାକାରୀ ବନ୍ଧୁ ମୁକୁନ୍ଦ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.